ଓଡିଶା

୨୭୪ଟି ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ – bajravana

[ad_1]

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ୨୭୪ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍, ୫୦ଟି ସୌରଶକ୍ତି ଷ୍ଟେସନ୍, ୫ଟି ଗୁଡସ୍‌ ସେଡ୍, ୯ଟି ନୂଆ ଲାଇନ୍‌, ଦୋହରୀକରଣ ଓ ତୃତୀୟ ଲାଇନ ପ୍ରକଳ୍ପ, ୪ଟି ସ୍ବୟଂଚାଳିତ ସଙ୍କେତ ବ୍ୟବସ୍ଥା, ଗୋଟିଏ ଗତିଶକ୍ତି ଟର୍ମିନାଲ୍, ଗୋଟିଏ ଜନ ଔଷଧୀ କେନ୍ଦ୍ର ଓ ଗୋଟିଏ ରେଳ କୋଚ୍ ରେସ୍ତୋରାଁ ରହିଛି। ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣା-ପୁରୀ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍‌ର ଶୁଭାରମ୍ଭ ବିଶାଖାପାଟଣାଠାରେ ହୋଇଛି। ପରବର୍ତ୍ତୀ ସମୟରେ ଏହି ଟ୍ରେନ୍‌ ଭୁବନେଶ୍ବର ଆସିବା ସହ ପୁରୀ ଅଭିମୁଖେ ଯାତ୍ରା କରିଛି। ଶନିବାର ବ୍ୟତୀତ ସପ୍ତାହର ୬ ଦିନ ଯାକ ଚାଲିବାକୁ ଥିବା ଏହି ଟ୍ରେନ୍‌ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଓ ବିଜୟନଗରମ୍‌ଠାରେ ରହଣି କରିବ।

ସେହିପରି ଓଡ଼ିଶାରେ ୯ଟି ନୂଆ ରେଳ ଲାଇନ, ଦୋହରୀକରଣ ଓ ତୃତୀୟ ଲାଇନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ସେଗୁଡ଼ିକ ହେଲା ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୨୩୪ କୋଟିର ହରିଦାସପୁର-ବଇରି(୧୬.୮କିମି) ସେକ୍ସନ, କୋରାପୁଟ-ରାୟଗଡା ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧ କୋଟିର ଦାମନଯୋଡି-ବାଇଗୁଡା(୧୪.୬କିମି) ସେକ୍ସନ, ବିଜୟନଗରମ୍‌-ଟିଟିଲାଗଡ଼ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭ କୋଟିର ସିଙ୍ଗାପୁର ରୋଡ୍-ରାୟଗଡ଼ା(୯.୨କିମି) ସେକ୍ସନ, କୋଟାବାଲ୍‌ସା-କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସେମିଳିଗୁଡା-ଆରକୁ-ଗୋରାପୁର(୨୧.୬କିମି) ସେକ୍ସନ, କୋଟାବାଲ୍‌ସା-କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୪୭ କୋଟିର କୋଟା-ବୋଡାବରା ରେଳ ସେକ୍ସନ। ଏହା ବ୍ୟତୀତ ବିଳାସପୁର-ଝାରସୁଗୁଡା ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୫୫୦ କୋଟିର ଝାରସୁଗୁଡା-ଜାମଗା(୫୩କିମି) ସେକ୍ସନ, ବଣ୍ଡାମୁଣ୍ଡା-ରାଞ୍ଚି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩ କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡାମୁଣ୍ଡା ସେକ୍ସନ, ରାଞ୍ଚି-ବଣ୍ଡାମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୨୯.୯୫ କୋଟିର ନୂଆଗାଁ-ଓରଗା(୬.୮କିମି)ସେକ୍ସନ ଏବଂ ନାରାୟଣଗଡ-ଭଦ୍ରକ ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୩୬.୧୨ କୋଟିର ରାଣୀତାଲ-ରାଣୀତାଲ(ଏଲ୍‌) ୪ର୍ଥ ଲାଇନ(୩ କିମି) ସେକ୍ସନ। ଶିଳାନ୍ୟାସ ଓ ଉଦ୍‌ଘାଟନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button