ମନୋରଞ୍ଜନ

ମିସ୍ ୟୁନିଭର୍ସ ବିଜେତା ହରନାଜ ସାନ୍ଧୁଙ୍କ ନୂଆ ଲୁକ, ସ୍ଲିମ ହୋଇ ଟ୍ରୋଲଙ୍କୁ ଦେଲେ ଜବାବ

ମ୍ବାଇ,୦୫/୧୦: ମିସ୍ ୟୁନିଭର୍ସ ୨୦୨୧ ବିଜେତା ହରନାଜ ସାନ୍ଧୁ। ଗତ କିଛି ଦିନ ଧରି ସେ ନିଜ ଫିଗରକୁ ନେଇ ଥିଲେ ଖୁବ ଚର୍ଚ୍ଚାରେ । ବର୍ତ୍ତମାନ ସେ ନିଜକୁ ଟ୍ରାନ୍ସଫର୍ମ କରି ଟ୍ରୋଲର୍ଙ୍କୁ ଦେଇଛନ୍ତି ଜବାବ। ତେବେ ସେ ମିସ୍ କସ୍ମୋ ୨୦୨୪ରେ ଅଂଶଗ୍ରହଣ କରିବାକୁ ଭିଏତନାମ ଯାଇଥିଲେ। ଯେଉଁଠାରେ ସେ ଏକ ଗୋଲ୍ଡେନ୍ ଗାଉନ୍ରେ ଏକ ଭିନ୍ନ ଷ୍ଟାଇଲ୍ରେ ଜଲ୍ୱା ଦେଖାଇଛନ୍ତି।

ଏହି ବିୟୁଟି କ୍ୱିନ୍ ହର୍ନାଜ୍ ଗୋଲ୍ଡେନ୍ ଗାଉନ୍ରେ ବହୁତ ପତଳା ଦେଖାଯାଉଛନ୍ତି। ଯାହାର ଫଟୋ ନିଜ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି ।

ତେବେ ହର୍ନାଜ୍ ସିଲିଏକ୍ରେ ପୀଡିତ ଥିଲେ। ଯେଉଁ କାରଣରୁ ତାଙ୍କର ଓଜନ ବହୁତ ବଢିଯାଇଥିଲା ଏବଂ ଲୋକମାନେ ତାଙ୍କ ଓଜନକୁ ନେଇ ପରିହାସ ମଧ୍ୟ କରୁଥିଲେ। ୨୪ ବର୍ଷ ବୟସ୍କା ହର୍ନାଜ୍ ଏହି ଫ୍ୟାଶନ୍ ଇଭେଣ୍ଟରେ ଭିଏତନାମ ଡିଜାଇନର୍ ‘ଲେ ଥାନ୍ ହୋଆ’ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ଗୋଲଡେନ ଗାଉନ୍ ପିନ୍ଧିଥିଲେ। ଯେଉଁଥିରେ ସେ ସେ ବେଶ୍ ସୁନ୍ଦର ଦେଖାଯାଉଥିବା ବେଳେ ତାଙ୍କ ଲୁକକୁ ନେଇ ପ୍ରଶଂସା କରିଛନ୍ତି ଫ୍ୟାନ୍ସ । ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ଆମର କ୍ୱିନ୍ ଫେରି ଆସିଛନ୍ତି।’ ଆଉ ଜଣେ ଲେଖିଛନ୍ତି, ‘ଚମତ୍କାର ସୌନ୍ଦର୍ଯ୍ୟ।’ ହର୍ନାଜ୍ ଏକ ଫ୍ଲୋର୍ ଲେନ୍ଥ୍ ଗାଉନ୍ ପିନ୍ଧିଛନ୍ତି। ଏଥିରେ ଏକ ପ୍ଲଞ୍ଜିଙ୍ଗ୍ ନେକ୍ଲାଇନ୍, ଅଫ ଶୋଲ୍ଡର୍ ଡିଜାଇନ୍, ଆଗରେ ଥାଇ-ଜାଇ ସ୍ଲିଟ୍ ଏବଂ ପଛରେ ଏକ ଟ୍ରେନ୍ କ୍ୟାସ୍କେଡିଂ ରହିଛି। ଏହି ବଷ୍ଟରେ 3D ଷ୍ଟ୍ରକ୍ଚର ସହିତ ଟୁଲ୍ କପଡାରେ ସୁନା ଏବଂ ରୂପା ସିକ୍ୱିନ୍ କପଡା ଯୋଡା ହୋଇଛି। ଏହା ବ୍ୟତୀତ, ସେ ଏକ ହାର ଏବଂ ହଳଦିଆ ଓ ଧଳା ସ୍ଫଟିକରେ ସୁସଜ୍ଜିତ କ୍ରିଷ୍ଟଲ୍ କାନଫୁଲ ପିନ୍ଧିଛନ୍ତି। ଗ୍ଲାମର ପାଇଁ, ସେ ବୋଲ୍ଡ ୱିଙ୍ଗ୍ ଆଇଲାଇନର୍ ଏବଂ ଆଖିରେ ବାଦାମୀ ଧୂଆଁଯୁକ୍ତ ମେକ୍ଅପ୍ ନେଇଛନ୍ତି।

ପ୍ରକାଶ ଥାଉକି, ୨୦୨୧ ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ତାଜ୍ ଜିତିଥିଲେ । ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ହୋଇଥିଲେ ହରନାଜ । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସେ ଏହି ଗୌରବମୟ ଟାଇଟେଲ୍ ହାତେଇଥିଲେ । ଏହାରି ସହିତ ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିଳିଥିଲା ମିସ୍ ୟୁନିଭର୍ସ ତାଜ୍ । ହରଜାନଙ୍କ ପୂର୍ବରୁ ୨୦୦୦ ମସିହାରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ମିସ୍ ୟୁନିଭର୍ସ ହୋଇଥିଲେ । ତାଙ୍କ ପରେ ୨୧ ବର୍ଷ ଯାଏଁ ଭାରତର ଆଉ କୌଣସି ପ୍ରତିଯୋଗୀ ଏହି ସଫଳତା ଆଣିପାରି ନଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button