ଓଡିଶା

ମା’ ଆସୁଛନ୍ତି: ଝାରପଡ଼ା ଦୁର୍ଗାପୂଜା ସମିତି ନିର୍ମାଣ କରୁଛି ଗୋଲ୍ଡେନ୍‌ ପ୍ୟାଲେସ୍‌ – bajravana

[ad_1]

ଭୁବନେଶ୍ବର: ଏଥର ଦୁର୍ଗାପୂଜାରେ ନିଜସ୍ବ ପରିକଳ୍ପନାରେ ଗୋଲ୍ଡେନ୍‌ ପ୍ୟାଲେସ୍‌ ନିର୍ମାଣ କରୁଛି ‘ଝାରପଡ଼ା ଦୁର୍ଗାପୂଜା ସମିତି’। ପଶ୍ଚିମବଙ୍ଗର ନାମକରା ଶିଳ୍ପୀ ପ୍ରତାପ ଗିରିଙ୍କ ସହ ୫୦ ଜଣ କାରିଗର ଗତ ଦେଢ଼ ମାସ ହେବ ତୋରଣ ନିର୍ମାଣରେ ଲାଗିଛନ୍ତି। ବାଉଁଶ, କାଠ ବିଟ୍‌, ଫାଇବର୍‌, ସନପ୍ୟାକ୍‌, ୟୁନିଫୋମ୍‌, ରଙ୍ଗିନ କାଚ ଇତ୍ୟାଦିରେ ହାରାହାରି ୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି। ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଲକାତାର କାରିଗର ଦେବାଶିଷ ପାଲ୍‌ ଓ ଝା‌ରପଡ଼ାର ବାପୁନି କବାଟ ନୂଆ ନୂଆ ଲାଇଟ୍‌ରେ ସଜାଇବେ। ୩ଟି ମୁଖ୍ୟ ଫାଟକ ସମେତ ୫ଟି ଫାଟକ ମାଧ୍ୟମରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ରୂପଦେବ ଏଲ୍ଇଡି ଓ ମେକାନିକାଲ୍‌ ଷ୍ଟ୍ରକ୍‌ଚର୍‌। ଏହି ପୂଜା ଏଥର ୧୩ ବର୍ଷରେ ପଦାର୍ପଣ କରୁଛି। ସମିତି ପକ୍ଷରୁ ୪୦ ଲକ୍ଷ ଟଙ୍କାର ବ୍ୟବବରାଦ ରଖାଯାଇଛି। କଟକ କାରିଗର ମାନସ ବେହେରା ୧୨ ଫୁଟ ଉଚ୍ଚତାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଏବଂ ବିଶ୍ବଜିତ୍‌ ଦାସ ୨୦ ଫୁଟ ଉଚ୍ଚତାର ବୁଲେନ୍‌ ଓ ସୁନେଲି ମେଢ଼ ତିଆରି କରୁଛନ୍ତି।

ଏବର୍ଷ ମା’ଙ୍କ ପାଇଁ ରୁପା ମୁକୁଟ ସହ ପାର୍ଶ୍ବ ଦେବଦେବୀମାନଙ୍କ ପାଇଁ ରୁପା ଅଳଙ୍କାରର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ବଙ୍ଗୀୟ ପୂଜା ନୀତିରେ ମା’ଙ୍କୁ ଆବାହନ କରାଯିବ। ସପ୍ତମୀ, ନବମୀ ଓ ଦଶମୀ ତିଥିରେ ଭକ୍ତମାନଙ୍କ ପାଇଁ ଖେଚୁଡ଼ି ‌ଭୋଗର ବ୍ୟବସ୍ଥା ଥିବା ବେଳେ ଅଷ୍ଟମୀ ଦିନ ହାଲୁଆ ଭୋଗ ବଣ୍ଟନ କରାଯିବ। ପୂଜା ଦେଖିବାକୁ ଆସୁଥିବା ଲୋକଙ୍କର ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଦୃଷ୍ଟି ଦେଇଛି ସମିତି। ପ୍ରାୟ ୩ ଶହ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରାଯାଇଛି। କଟକ ରୋଡରୁ ଆସିବା ବେଳେ ବିଡିଏ ଷ୍ଟୋର, ଝାରପଡ଼ା ହାଇସ୍କୁଲ୍‌ ପଡ଼ିଆ ଏବଂ ଥାନା ସମ୍ମୁଖ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୫୦ରୁ ଅଧିକ ସିସିଟିଭି କ୍ୟାମେରା ଏବଂ ୩ଟି ଭିଡିଓ କ୍ୟାମେରା ଲଗାଯିବ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନୋରଂଜନ ପାଇଁ ଷଷ୍ଠୀଠାରୁ ଦଶମୀ ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରକ୍‌ଷ୍ଟାର ଅର୍କେଷ୍ଟ୍ରା, ଗୀତ୍‌ ସାଗର, ସୁର୍‌ତାଲ୍‌ ଅର୍କେଷ୍ଟ୍ରା, ସରଗମ୍ ଅର୍କେଷ୍ଟ୍ରା ଭଳି ଆଗଧାଡ଼ିର ମେଲୋଡି ଗ୍ରୁପ୍‌ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜନସମାଗମକୁ ଆଖିରେ ରଖି ଏଥର ମଧ୍ୟ ମୀନାବଜାର ସହ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି। ଆଜି ସମିତି ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ସଭାପତି ଶିଖର ଚନ୍ଦ୍ର ଜେନା, ସଂପାଦକ ଧରଣୀଧର ଜେନା, ଆବାହକ ଶ୍ରୀଧର ଜେନା, ଉପଦେଷ୍ଟା ରଂଜିତ ରାୟ, ଉଗ୍ରସେନ ମଙ୍ଗରାଜ, ବୁଲେଇ ଜେନା, ଶ୍ରୀନିବାସ ସାମନ୍ତରାୟ, ଉପ ସଭାପତି ଫର୍ଜନ ଅଲ୍ଲୀଖାନ୍‌, କମିଟିର ବରିଷ୍ଠ ସଦସ୍ୟ ପ୍ରସନ୍ନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।

ଆକର୍ଷଣ ସାଜିବ ପୁଣେର ଲୋକପ୍ରିୟ ଢୋଲତାସା
ଶାନ୍ତି ଶୃଙ୍ଖଳାର ସହ ପୂଜା ଶେଷ କରିବାକୁ ଆମେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛୁ। ପୂଜା ଶେଷ ହେବା ପରେ ଅକ୍ଟୋବର ୨୫ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ପାରମ୍ପରିକ ବାଦ୍ୟ ଯଥା; ଦୁଲ୍‌ଦୁଲି, ସମ୍ବଲପୁରୀ ଓ ପଞ୍ଜାବୀ ବାଜା ଆସିବ। ମୁଖ୍ୟ ଆକର୍ଷଣ ସାଜିବ ମହାରାଷ୍ଟ୍ର ପୁଣେର ଢୋଲତାସା ବାଜା। ଯେଉଁଥିରେ ଶତାଧିକ କଳାକାର ଏକସଙ୍ଗରେ ଢୋଲ ବଜାଇ ନିଆରା ପରିବେଶ ସୃଷ୍ଟି କରିବେ।

-ଧରଣୀଧର ଜେନା, ସାଧାରଣ ସମ୍ପାଦକ

ଭାଇଚାରର ଶ୍ରେଷ୍ଠ ନିଦର୍ଶନ
ଜାତି, ଧର୍ମ, ବର୍ଣ୍ଣ ଓ ସାମ୍ପ୍ରଦାୟିକ ଭାବ ବଜାୟ ରଖି ଆମେ ପୂଜା ଆୟୋଜନ କରୁଛୁ। ହିନ୍ଦୁ ଓ ମୁସଲମାନ ଭାଇ ଭଉଣୀମାନେ ଆମେ ମିଳିମିଶି ପୂଜା କରିଥାଉ। ଏଥର ଦଶମୀ ତିଥିରେ ସଂଧ୍ୟା ୭ଟାରେ ସମିତି ପକ୍ଷରୁ ଗ୍ରାମର ଦୋଳମେଳଣ ପଡ଼ିଆରେ ରାବଣ ପୋଡ଼ି କରାଯିବ। ଏଥିରେ ୪୦ ଫୁଟ ଉଚ୍ଚତାର ରାବଣପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତେବେ ମୁସମଲମାନ ସଂପ୍ରଦାୟର ଭାଇମାନେ ସମସ୍ତ ଦାୟିତ୍ବ ନେଇ ଏହାର ଆୟୋଜନ କରିଥାନ୍ତି। ଯାହାକି ହିନ୍ଦୁ ଓ ମୁସଲମାନ ଭାଇଚାରାର ଶ୍ରେଷ୍ଠ ନିଦର୍ଶନ।

ଶ୍ରୀଧର ଜେନା, ଆବାହକ



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button