ପ୍ରେମିକର ଛୁରାମାଡ଼ରେ ପ୍ରେମିକାଙ୍କ ବେକରେ ପଡ଼ିଲା ୮୫୦ଟି ସିଲେଇ – bajravana
[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଲିଭ-ଇନ ପାର୍ଟନରଙ୍କୁ ଛୁରାମାଡ଼ କରି ବେକ କାଟି ଦେଇଥିବା ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଘଟଣା ପାଞ୍ଚ ମାସ ତଳେ ଘଟିଥିବା ବେଳେ ଅଭିଯୁକ୍ତ ଫେରାର ଥିଲା। ଯାହାକୁ ପୁଲିସ ନିକଟରେ ଗୁଜରାଟର ଶାପରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ବାସିନ୍ଦା ରିଙ୍କୁ (୨୭) ବୋଲି ଜଣାପଡିଛି।
ଗିରଫ ପରେ ରିଙ୍କୁ ଏହି ଘଟଣାକୁ ନେଇ ପୁଲିସ ସାମ୍ନାରେ କହିଛି କି,‘ ମୁଁ ଏକ ଜୋତା କମ୍ପାନିରେ କାମ କରେ। ଏଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସହିତ ମୋର ବନ୍ଧୁତା ହୋଇଥିଲା। ମୁଁ ଉକ୍ତ ବନ୍ଧୁଙ୍କ ଘରକୁ ଯିବା ଆସିବା କରିବା ସମୟରେ ତାଙ୍କ ଭଉଣୀଙ୍କ ପ୍ରେମରେ ପଡ଼ି ଯାଇଥିଲି।
ଏହାପରେ ଆମେ ଦୁହେଁ ଲିଭ-ଇନରେ ରହିଥିଲୁ। ସବୁକିଛି ଠିକଠାକ ଚାଲିଥିଲା। କିନ୍ତୁ ଧୀରେଧୀରେ ଆମ ସମ୍ପର୍କରେ ଫାଟ ସୃଷ୍ଟି ହେଲା । କାରଣ ମୋର ସାଥୀ ଆଉ କାହାକୁ ଭଲ ପାଉଥିବା ମୋତେ ସନ୍ଦେହ ହୋଇଥିଲା। ଲିଭ-ଇନରେ ପାଖାପାଖି ୭ବର୍ଷ ରହିବା ପରେ ଆମେ ଏହି ବିବାଦ ହେତୁ ଅଲଗା ହୋଇଯାଇଥିଲୁ। ମୋତେ ଛାଡ଼ି ସାଥୀ ଆଉ କାହାକୁ ଭଲ ପାଇବା ଘଟଣାକୁ ମୁଁ ସହି ପାରି ନଥିଲି। ତେଣୁ ସେ ରହୁଥିବା ଏକ ଭଡ଼ା ଘରେ ପହଞ୍ଚି ତାର ବେକ କାଟି ଦେଇଥିଲି। ଆଉ ଘଟଣା ବିଷୟରେ ପ୍ରେମିକାର ଭାଇଙ୍କୁ ଫୋନ କରି ଜଣାଇ ଦେଇଥିଲି।’
ପୀଡ଼ିତାଙ୍କ ଭାଇଙ୍କ କହିବାନୁସାରେ, ‘ଅଜଣା ନମ୍ବରରୁ ଫୋନ ପାଇବା ପରେ ମୁଁ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲି। ଆଉ ଭଉଣୀକୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲି। ସେଠାରୁ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲି। ଡାକ୍ତର ଭଉଣୀର ଚିକିତ୍ସା କରି ତାର ବେକରେ ୮୫୦ଟି ସିଲେଇ ପକାଇଥିଲେ। ସୌଭାଗ୍ୟବଶତଃ ଚିକିତ୍ସା ପରେ ଭଉଣୀ ସୁସ୍ଥ ହୋଇଯାଇଥିଲା।’
[ad_2]