ଅପରାଧ

ବିବାହ ପାଇଁ ଚାପ ପକାଇବାରୁ ମହିଳା କନେଷ୍ଟବଳଙ୍କୁ ହତ୍ୟା କଲେ ହେଡ଼ କନେଷ୍ଟବଳ – bajravana

[ad_1]

ନୂଆଦିଲ୍ଲୀ: ଜଣଙ୍କୁ ବିବାହ କରିଥିବା ସତ୍ତ୍ୱେ ମହିଳା କନେଷ୍ଟବଳଙ୍କ ସହ ସମ୍ପର୍କ ଯୋଡ଼ିଲେ, ଆଉ ସେ ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ଜୀବନରୁ ମାରିଦେଲେ | ଦିଲ୍ଲୀ ପୁଲିସର ଜଣେ ହେଡ କନଷ୍ଟେବଳଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ହେଡ଼ କନେଷ୍ଟବଳ ଜଣକ ତାଙ୍କର ଜଣେ ସହକର୍ମୀ ଭାବେ କାମ କରୁଥିବା ମହିଳା କନଷ୍ଟେବଳଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଡ୍ରେନରେ ଲୁଚାଇ ରଖିଥିଲେ। ୨୦୨୧ ମସିହାରେ ଘଟିଥିବା ଏହି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତକୁ ଗିରଫ କରିବା ପରେ ମହିଳାଙ୍କ କଙ୍କାଳ ଉଦ୍ଧାର କରିଛି। ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ମହିଳା କନେଷ୍ଟବଳ ଜଣକ ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଅଭିଯୁକ୍ତ ବିବାହିତ ଥିଲେ ଏବଂ ସେଥିପାଇଁ ସେ ଲେଡି କନଷ୍ଟେବଳଙ୍କୁ ହତ୍ୟା କରିଥିଲେ। ଏହି ଲେଡି କନଷ୍ଟେବଳ ଗତ ଦୁଇ ବର୍ଷ ଧରି ନିଖୋଜ ଥିଲେ। ଏବେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦିଲ୍ଲୀ ପୁଲିସର ହେଡ଼ କନେଷ୍ଟବଳ ସୁରେନ୍ଦ୍ର |

୨୦୧୨ରେ ସେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିବାବେଳେ ସୁରେନ୍ଦ୍ର ବିବାହିତ ଏବଂ ତାଙ୍କ ପରିବାର ସହିତ ଆଲିପୁରରେ ରୁହନ୍ତି। ସେ ୨୦୧୯ ମସିହାରେ ମହିଳା କନେଷ୍ଟବଳଙ୍କୁ ଭେଟିଥିଲେ। ସେ ମୁଖାର୍ଜୀ ନଗରରେ ରହୁଥିବାବେଳେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ। ସୁରେନ୍ଦ୍ର ନିଜକୁ ଅବିବାହିତ ବୋଲି କହିଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା | ପରେ ମହିଳା ଜଣକ ଦିଲ୍ଲୀ ପୁଲିସର କନେଷ୍ଟବଳ ଚାକିରି ପାଇଥିଲେ | ଅଗଷ୍ଟ ୮, ୨୦୨୧ରେ ସେ ହଠାତ୍ ଆଲିପୁରରେ ପହଞ୍ଚି ସୁରେନ୍ଦ୍ରଙ୍କୁ ତାଙ୍କ ଘର ଠିକଣା ମାଗିଥିଲେ। ତାଙ୍କର ଗୁମର କାଳେ ଜଣାପଡ଼ିଯିବ ସେଥିପାଇଁ ସୁରେନ୍ଦ୍ର ମହିଳା କନେଷ୍ଟବଳଙ୍କୁ ବୁଲାଇ ନେବା ବାହାନାରେ ଯମୁନା କୂଳକୁ ନେଇ ସେଠାରେ ଗଳା କାଟି ହତ୍ୟା କରିଥିଲା। ହତ୍ୟା ପରେ ସେ ପୀଡିତାଙ୍କ ମୃତଦେହକୁ ଡ୍ରେନରେ ପୋତି ଦେଇ ବ୍ୟାଗ, ଫୋନ ଭଳି ଜିନିଷ ନେଇ ଯାଇଥିଲେ। ମହିଳା କନେଷ୍ଟବଳ ନିଖୋଜ ହେବା ପରେ ମୁଖାର୍ଜୀ ନଗର ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା। ସେବେଠାରୁ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରୁଥିଲା | ଆଉ ଆଜି ଅଭିଯୁକ୍ତକୁ ଗିରଫ କରାଯିବା ସହ ମୃତକଙ୍କ କଙ୍କାଳ ମଧ୍ୟ ଜବତ କରିଛି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button