ମନୋରଞ୍ଜନ

ପରଦାରେ କଳାକାରଙ୍କ ଯୁବାବସ୍ଥା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥାଏ – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ସିନେମା ‘ଆନିମଲ’ର ଟିଜର ଆଜି ରିଲିଜ ହୋଇଛି। ଏଥିରେ ରଣୀବରଙ୍କୁ ଅତି ଭୟାବହ ଚରିତ୍ରରେ ଦେଖିବାକୁ ମିଳୁଛି।ଟିଜର ଆରମ୍ଭରେ ରଣବୀର କପୁର ରଶ୍ମିକା ମନ୍ଦାନା ଯୋଡ଼ି ଦର୍ଶକଙ୍କ ନଜରକୁ ଆସିଛି ।

କାହାଣୀଟି ଟିଜରରେ ଫ୍ଲାସବ୍ୟାକରେ ମଧ୍ୟ ପ୍ରଦର୍ଶିତ ହୋଇଛି  ଯେଉଁଠାରେ ଅନିଲ ତାଙ୍କ ପୁଅକୁ ଗୋଟିଏ ପରେ ଗୋଟିଏ ଜୋରରେ ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି। କାହାଣୀଟି ପିତା-ପୁତ୍ର ସମ୍ପର୍କ ଏବଂ ପ୍ରତିଶୋଧ ଉପରେ ଆଧାରିତ ହୋଇଥାଇପାରେ ବୋଲି ଟିଜର ଦେଖି ଅନୁମାନ କରାଯାଉଛି।

ଏତଦ ବ୍ୟତୀତ ପରଦାରେ ରଣବୀରଙ୍କ ଯୁବାବସ୍ଥାକୁ ନେଇ ବି ଚର୍ଚ୍ଚା ହେଉଛି। ତେବେ କଳାକାରଙ୍କୁ ଯୁବାବସ୍ଥା ପାଇଁ ଭିଏଫଏକ୍ସର ବ୍ୟବହାର କରାଯ‌ାଇଥାଏ। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ରଣବୀରଙ୍କ ପୂର୍ବରୁ ବି ଅନେକ କଳାକାରଙ୍କୁ ପରଦାରେ ଯୁବାବସ୍ଥାରେ ଦେଖାଇବାକୁ ଭିଏଫଏକ୍ସର ବ୍ୟବହାର କରାଯାଇଛି। ଏହି ତାଲିକାରେ ସୁପରଷ୍ଟାର ଶାହରୁଖ ଖାନ ବି ରହିଛନ୍ତି। ସିନେମା ‘ଯବାନ’ରେ ଶାହରୁଖ ଖାନଙ୍କୁ ବି ଏଭଳି ଯୁବାବସ୍ଥାରେ ଦର୍ଶକ ଦେଖି ଖୁବ ଖୁସି ହୋଇଯାଇଥିଲେ।

ସେହିପରି ସିନେମା ‘ଭାରତ’ରେ ସଲମାନ ଖାନଙ୍କୁ  ଭିନ୍ନଭିନ୍ନ ବୟସରେ ଦେଖିବାକୁ ମିଳିଥିଲଲା। ଏଥିରେ ସଲମାନଙ୍କ ଯୁବାବସ୍ଥା ପାଇଁ ଭିଏଫଏକ୍ସର ବ୍ୟବହାର କରାଯାଇଥିଲା। ଏହି କ୍ରମରେ ଅମିର ଖାନ, ଅକ୍ଷୟ କୁମାର, କରିନା କପୁର ଓ ସାରା ଅଲି ଖାନଙ୍କ କ୍ଷେତ୍ରରେ ମଧ୍ୟରେ ଯୁବାବସ୍ଥା ଦେଖାଯିବା ପାଇଁ ଭିଏଫଏକ୍ସର ବ୍ୟବହାର କରାଯାଇଛି। ତେବେ ଭିଏଫଏକ୍ସର ବ୍ୟବହାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ଏହି ଖର୍ଚ୍ଚ ସିନେମା ବଜେଟ ଅନୁଯାୟୀ ସ୍ଥିର କରାଯାଇଥାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button