ଖେଳ ଖବର

ଏସୀୟ କ୍ରୀଡ଼ା ଫୁଟବଲ୍ : ଭାରତକୁ ୦-୨ରେ ହରାଇଲା ସାଉଦି ଆରବ – bajravana

[ad_1]

ହାଙ୍ଗଝୋ : ଚୀନର ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଫୁଟବଲ ମୁକାବିଲାରେ ସାଉଦି ଆରବଠାରୁ ୨-୦ରେ ହାରିଯାଇଛି ଭାରତ । ଲଢୁଆ ଖେଳ ସତ୍ତ୍ବେ ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପରାଜୟ ବରଣ କରିଛି ।

ହାଙ୍ଗଜୋର ହୁଆଙ୍ଗଲଙ୍ଗ ସ୍ପୋର୍ଟସ ସେଣ୍ଟର ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳ ୦-୦ଗୋଲ୍ ରେ ବରାବର ରହିଥିଲେ । ପ୍ରଥମାର୍ଦ୍ଧରେ ସାଉଦି ଆରବ ଅନେକ ଥର ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତର ଦୃଢ଼ ଡିଫେନ୍ସ ଆଗରେ ବିଫଳ ହୋଇଥିଲା। ତେବେ ପ୍ରଥମାର୍ଦ୍ଧ ପରେ ସାଉଦି ଦଳ ଅଧିକ ଆକ୍ରମଣାତ୍ମକ ଶୈଳୀରେ ନଜର ଆସିଥିଲା ଓ ଦ୍ବିତୀୟାର୍ଦ୍ଧରେ ୨ଟି ଗୋଲ ଦେଇଥିଲା । ସାଉଦି ପକ୍ଷରୁ ମାରାନ ମହମ୍ମଦ ଦୁଇଟି ଯାକ ଗୋଲ ସ୍କୋର କରିଥିଲେ। ଭାରତ ତରଫରୁ ଉଦ୍ୟମ କରାଯାଇଥିଲେ ବି ଗୋଟିଏ ବି ଗୋଲ ସ୍କୋର ହୋଇପାରିନଥିଲା । ସେ ମ୍ୟାଚର ୫୧ତମ ଓ ୫୭ତମ ମିନିଟରେ ଏହି ଦୁଇଟି ଗୋଲ ଦେଇଥିଲେ ।

ଏହା ପୂର୍ବରୁ ଏସୀୟ କ୍ରୀଡ଼ାରେ ଭାରତ ଜାପାନ ବିପକ୍ଷରେ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଭାରତକୁ ୦-୫ ଗୋଲରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜିର ପରାଜୟ ସହ ଭାରତ ଫୁଟବଲ ପଦକ ଦୌଡ଼ରୁ ବାହାର ହୋଇଯାଇଛି ।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button