ଓଡିଶା

ନେଟ୍‌ ପାର୍ଲରରେ ଆର୍‌ପିଏଫ୍‌ର ଚଢ଼ଉ: ୫୦ହଜାର ଟଙ୍କା, ୫୩ ଟିକେଟ୍‌ ଓ କମ୍ପୁଟର ଜବତ – bajravana

[ad_1]

ରାଉରକେଲା: ବେଆଇନ ଭାବେ ଟ୍ରେନ୍‌ ଟିକେଟ୍‌ ବୁକିଂ କରି ଚଢ଼ା ଦରରେ ବିକ୍ରି କରିବା ଅଭିଯୋଗରେ ବନ୍ଧମୁଣ୍ଡା ବଜାରରେ ଥିବା ନେଟ୍‌ ପାର୍ଲର (ସାଇବର କେଫ୍‌)ରେ ଆର୍‌ପିଏଫ୍‌ ଚଢ଼ଉ କରିଛି। ନେଟ୍‌ ପାର୍ଲର ମାଲିକ ଉମେଶ କୁମାର ପ୍ରଧାନଙ୍କୁ ଗିରଫ କରିଛି। ଏଥିସହ ନଗଦ ୫୦ ହଜାର ୪୧୭ ଟଙ୍କା, ୫୩ ଟିକେଟ୍‌, କମ୍ପୁଟର ଓ ମୋବାଇଲ ଜବତ କରିଛି। ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ଡିଜେଲ୍‌ କଲୋନିସ୍ଥ ଇନ୍‌ଫୋ ସେଣ୍ଟର ଇଣ୍ଟରନେଟ୍‌ ପାର୍ଲର ରହିଛି। ସେଠାରେ ମାସ ମାସ ଧରି ବେଆଇନ ଭାବେ ଟ୍ରେନ ଟିକେଟ୍‌ ବୁକିଂ ହେଉଥିଲା। ଆଇଆର୍‌ସିଟିସି ଅଧିକାରୀଙ୍କ ସୂଚନା ଆଧାରରେ ରାଉରକେଲା ଆର୍‌ପିଏଫ୍‌ର ଏକ ଟିମ୍‌ ସମ୍ପୃକ୍ତ ପାର୍ଲରରେ ଚଢ଼ଉ କରିଥିଲେ। ଏକକାଳୀନ ୫୩ ଟିକେଟ୍‌ ବୁକିଂ କରାଯାଇଥିବା ଦେଖିବା ପରେ ଆର୍‌ପିଏଫ୍‌ ଅଧିକାରୀ କାଗଜପତ୍ର ଯାଞ୍ଚ କରିଥିଲେ। ବିନା ପଞ୍ଜିକରଣରେ ଟିକେଟ୍‌ ବୁକିଂ କରାଯାଉଥିବାରୁ ଆର୍‌ପିଏଫ୍‌ ମାଲିକ ଉମେଶକୁ ଗିରଫ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button