ମୟୂରଭଂଜ ବିଦ୍ୟାଳୟ ସମୂହ ଫୁଟବଲ୍, କବାଡି, ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ – bajravana
[ad_1]
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୟୂରଭଂଜ ଜିଲ୍ଲା ବିଦ୍ୟାଳୟ ସମୂହ ଫୁଟବଲ୍, କବାଡି ଓ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣଚନ୍ଦ୍ର ସେଠୀଙ୍କ ଅଧକ୍ଷତାରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗଦେଇ କ୍ରୀଡା ପତାକା ଉତତଳୋନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ପୌରପାଳିକା ଅଧକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ୍ ଅଧକ୍ଷ ଜ୍ଞାନରଞନ ହେମ୍ବ୍ରମ୍, ଉପାଧକ୍ଷା ମମିତା ଚୌଧରୀ, ବିଇଓ ବାଗିରଥୀ ମହାନ୍ତି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଋଷିପ୍ରଭା ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟୀର ଅଧକ୍ଷ ନିହାର କାନ୍ତି ମଣ୍ଡଳ, ଅବସରପ୍ରାପ୍ତ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ସନ୍ତୋଷ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୨୬ ଟି ବ୍ଲକର ଶତାଧିକ କ୍ରୀଡାବିତ୍ ଯୋଗଦେଇଛନ୍ତି। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯେଉଁମାନେ ଉପକୃତ ହେବେ ତାଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଞନ କୁମାର ନନ୍ଦ ଅତିଥି ପରିଚାୟ କରିଥିବା ବେଳେ ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ଭାଗିରଥୀ ମଲ୍ଲିକ, ପ୍ରଧାନଶିକ୍ଷକ ବିନୟ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ, ରାଇରଙ୍ଗପୁର ବ୍ଲକର ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ।
[ad_2]