ଓଡିଶା

୨୫ରୁ ଧାରଣା‌ ଦେବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ – bajravana

[ad_1]

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭା ସମ୍ମୁଖ‌ରେ ଧ‌ାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ଏନେଇ ଆଜି ଅପରାହ୍ନରେ ଖ‌ାରବେଳନଗରସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ‌ରେ ଓଷ୍ଟା ପକ୍ଷରୁ ସୂଚନା ଦିଆଯାଇଛି। ଓଷ୍ଟା ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବି ଦିବସରେ ତିନିଦିନ ଧରି ଓ ସେପ୍ଟମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ରାଜରାସ୍ତାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଅହୋରାତ୍ର ଧାରଣାରେ ବସି ରହିଥିଲେ। ଶିକ୍ଷକମାନଙ୍କର ସମସ୍ୟା ସମାଧାନ ପାଇଁ ସରକ‌ାର ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ।

ସେପ୍ଟେମ୍ବର ୫ ତାରିଖ ଦିନ ସନ୍ଧ୍ୟା ସମୟରେ ଏହି ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ଯେ ଶିକ୍ଷକମାନଙ୍କର ସମସ୍ତ ଦାବିଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯିବ। ଏହାପରେ ବିଭିନ୍ନ ସଂଗଠନମାନଙ୍କର ନେତୃବୃନ୍ଦଙ୍କୁ ଡାକି ନିଜ ନିଜର ବିଭାଗର ସଚିବ ଓ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ। କିନ୍ତୁ ଅଦ୍ୟାବଧି ଆଲୋଚନା କରାଗଲା ନାହିଁ। ଓଲଟା ନୂତନ ଅନୁଦାନପ୍ରାପ୍ତ ଓ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ପେନସନ୍ ନଦେଇ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଥିବ‌ା ଆଜିର ସମ୍ମିଳନୀରେ କୁହାଯାଇଛି। ତେଣୁ ଆଗାମୀ ସେପ୍ଟେମ୍ବର ୨୫ ତାରିଖ ଠାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ରାଜରାସ୍ତାରେ କରାଯିବ ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ।

ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସରକାରଙ୍କୁ ଚେତାବନୀ ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button