ଖେଳ ଖବର

ଏସୀୟ କ୍ରୀଡ଼ାର ଶୁଭାରମ୍ଭ – bajravana

[ad_1]

ହାଙ୍ଗ୍‌ଝୌ: ଏସିଆ ମହାଦେଶର ମର୍ଯ୍ୟାଦାଜନକ ଖେଳକୁଦ ପ୍ରତ‌ିଯୋଗିତା ଏସୀୟ କ୍ରୀଡ଼ାର ଊନବିଂଶତମ ସଂସ୍କରଣ ଶନିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି। ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍ ଏହ‌ାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ମାର୍ଚ୍ଚ ପାଷ୍ଟ ବେଳେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ୍ ସିଂହ ଏବଂ ଅଲିମ୍ପିକ୍ ପଦକ ବିଜୟିନୀ ମୁଷ୍ଟିଯୋଦ୍ଧା ଲଭଲିନା ବରଗୋହାଁଇ। ଭାରତରୁ ଅଂଶଗ୍ରହଣ କରିଥିବା ୬୫୫ ଜଣିଆ ଦଳ ପ୍ରଥମ ଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦୁଇ ସପ୍ତାହବ୍ୟାପୀ ପ୍ରତିଯୋଗିତାରେ ୪୫ ଦେଶରୁ ପ୍ରାୟ ୧୨,୫୦୦ ‌‌ଖେଳାଳି ଅଂଶଗ୍ରହଣ କରିଛନ୍ତି। ଯାହାକି ଗତ ଟୋକିଓ ୨୦୨୦ ଅଲିମ୍ପିକ୍ସ ଅଂଶଗ୍ରହଣ (୧୧, ୪୦୦)କୁ ଅତିକ୍ରମ କରିଯାଇଛି। ୨୦୧୮ ଏସୀୟ କ୍ରୀଡ଼ା ଅଂଶଗ୍ରହଣ ରେକର୍ଡ (୧୧,୩୦୦)କୁ ମଧ୍ୟ ପଛରେ ପକାଇ ଦେଇଛି ହାଙ୍ଗ୍‌ଝୌ ଏସିଆଡ୍‌। ୪୦ ‌ଖେଳର ୪୮୧ ଇଭେଣ୍ଟରେ ପଦକ ଜିତିବା ପାଇଁ ଏବେ ପରବର୍ତୀ ୧୫ ଦିନ ପ୍ରତିଦ୍ବନ୍ଦ୍ବିତା ଚାଲିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button