ଆମ୍ବୁଲାନ୍ସ ମିଳିଲାନି, ବାଇକ୍ରେ ଗଲା ଶବ – bajravana
[ad_1]
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବାକୁ ତାଙ୍କ ପରିଜନ ଆମ୍ବୁଲନ୍ସ ପାଇ ନଥିଲେ। ଶେଷରେ ବାଇକରେ ଶବ ବୋହିବାକୁ ପଡ଼ିଛି। ଲୋଇସିଂହା ବ୍ଲକ୍ କୁଟେନପାଲି ଗ୍ରାମର ଶ୍ରମିକ ଅଶୋକ ତାଣ୍ଡି (୪୦)ଙ୍କ ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ମୃତଦେହ ନେବା ପାଇଁ ସରକାରୀ ଶବବାହକ ଗାଡ଼ି ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ ମିଳିନଥିଲା। ମୃତକଙ୍କ ସଂପର୍କୀୟ ବିନୋଦ ମୁଗ୍ରୀ ଅଭିଯୋଗ କରିଛନ୍ତି ଯେ ସାଢ଼େ ୫ଟାରୁ ସେମାନେ ଏଥି ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏହା ମିଳିନଥିଲା। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଏକ ବାଇକ୍ରେ ଶବକୁ ନେଇଥିଲେ। କିଛି ବାଟ ଯିବା ପରେ ପରେ କିଛି ଲୋକଙ୍କ ସହାୟତାରେ ଏକ ଘରୋଇ ଗାଡ଼ିରେ ପୁଣି ଶବ ନିଆଯାଇଥିଲା। ଏ ସଂପର୍କରେ ମେଡିକାଲ ଅଫିସର ଡା. ଅଭୟ ଦାଶଙ୍କୁ ପଚାରିବାରୁ ଘଟଣା ସଂପର୍କରେ ସେ ଅବଗତ ନଥିବା କହିଛନ୍ତି।
[ad_2]