ଓଡିଶା

ଶୀର୍ଷ ସ୍ତର ଛୁଇଁଲା ହୀରାକୁଦ, ୬ଟି ଗେଟ୍‌ ଖୋଲା – bajravana

[ad_1]

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ଶୀର୍ଷ ସ୍ତର ଛୁଇଁଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୩୧ ଫୁଟ୍‌ରେ ପହଂଚିଛି। ଗତକାଲି ଜଳଭଣ୍ଡାରର ସବୁ ଗେଟ୍ ବନ୍ଦ କରିଦିଆଯାଇଥିବା ବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୁଣି ୬ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରକୁ ୧,୧୧,୧୧୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ସମୟରେ ୧,୩୭,୭୦୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେଥିରୁ ସ୍ଲୁଇସ୍‌ ଗେଟ୍‌ ଦେଇ ୯୮,୨୯୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୫,୪୬୭ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ ୩୬୮୭ କ୍ୟୁସେକ୍ ଓ ଶିଳ୍ପାନୁ୍ଷ୍ଠାନକୁ ୨୫୭ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button