ମନୋରଞ୍ଜନ

ମାତ୍ର ୯୯ଟଙ୍କାରେ ସମସ୍ତ ଚଳଚ୍ଚିତ୍ର ଦେଖି ପାରିବେ ଦର୍ଶକ – bajravana

[ad_1]

ନୂଆଦିଲ୍ଲୀ: ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦେଶର ସମସ୍ତ ପ୍ରେକ୍ଷାଳୟରେ ଅକ୍ଟୋବର ୧୩ ତାରିଖକୁ ଜାତୀୟ ସିନେମା ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଛି। ଦର୍ଶକଙ୍କୁ ହଲ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଏଭଳି ପଦକ୍ଷେପ ନେଇଥିବା ନେଇ ଚାରିଆଡେ ଚର୍ଚ୍ଚା ହେଉଛି।

ଅକ୍ଟୋବର ୧୩ ତାରିଖରେ ପ୍ରତି ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୯୯ ଟଙ୍କା ରହିବ। ଗତ ବର୍ଷ ମଧ୍ୟ ଜାତୀୟ ସିନେମା ଦିବସ ପାଳନ କରାଯାଇଥିଲା । ଚଳିତଥର ପୁଣି ସିନେ ପ୍ରେମୀଙ୍କ ପାଇଁ ସିନେମା ଦିବସ ପାଳନ କରାଯାଉଛି। ଜାତୀୟ ସିନେମା ଦିବସରେ ସମସ୍ତ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ଉପରେ ରିହାତି ମିଳିବ। ସେ ‘ଯବାନ’ ହେଉ ଅବା ‘ଗଦ୍ଦର-୨’ କି ନୂତନ ରିଲିଜ୍ ହୋଇଥିବା ଚଳଚ୍ଚିତ୍ରକୁ ଦର୍ଶକ ମାତ୍ର ୯୯ଟଙ୍କାରେ ଦେଖି ପାରି‌ବେ।

 

ଗତ ବର୍ଷ ଜାତୀୟ ସିନେମା ଦିବସରେ ସିନେମା ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଥିଲା। ସମସ୍ତ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ଗୋଟିଏ ଦିନ ପାଇଁ ମାତ୍ର ୭୫ଟଙ୍କାକୁ ହ୍ରାସ କରାଯାଇଥିଲା। ମାତ୍ର ୭୫ ଟଙ୍କାରେ ଦର୍ଶକ ବଲିଉଡ଼, ହଲିଉଡ, ଟଲିଉଡ ଓ ଓଲିଉଡ ସିନେମା ହଲରେ ଦେଖିବାର ସୁଯୋଗ ପାଇଥିଲେ । ଏଥିପାଇଁ ପ୍ରତିଟି ପ୍ରେକ୍ଷାଳୟରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ମାତ୍ର ୭୫ଟଙ୍କାରେ ସିନେମା ଦେଖି ଦର୍ଶକ ଖୁସି ହୋଇ ପ୍ରେକ୍ଷାଳୟରୁ ବାହାରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button