ଦେଶ ବିଦେଶ

କେରଳରେ ସୁଧୁରୁଛି ‘ନିପା’ ଭାଇରସ – bajravana

[ad_1]

ନୂଆଦିଲ୍ଲୀ,୨୧/୯ : ଆଜି କେରଳର କୋଜିକୋଡେରେ କୌଣସି ନୂତନ ନିପା ରୋଗୀ ଚିହ୍ନଟ ହୋଇନାହାନ୍ତି। ପରୀକ୍ଷା ହୋଇଥିବା ୪୯ଟି ନମୁନା ନେଗେଟିଭ ବାହାରିଥିବା ଜଣାପଡିଛି। ଅନ୍ୟ ୩୬ଟି ନମୁନା ପରୀକ୍ଷଣର ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଅନ୍ୟପକ୍ଷରେ ୩ ଜଣ ନିପା ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ନଅ ବର୍ଷର ଶିଶୁର ଅବସ୍ଥା ସୁଧୁରିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ଜୀବାଣୁ ଏପର୍ଯ୍ୟନ୍ତ ତାର ରୂପ ପରିବର୍ତ୍ତନ କରିନାହିଁ। କିନ୍ତୁ, ଏ ବାବଦରେ ଅଧିକ ଅଧ୍ୟୟନ ଆବଶ୍ୟକ।

ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, କୋଜିକୋଡେରେ ନିପା ଭାଇରସରୁ ସୃଷ୍ଟି ହୋଇଥିବା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଭାଇରାଲ ସଂକ୍ରମଣ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି।

The post କେରଳରେ ସୁଧୁରୁଛି ‘ନିପା’ ଭାଇରସ appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button