ଖେଳ ଖବର

‘ଜାଦେଜାଙ୍କୁ ଉଲ୍ଲେଖନୀୟ ଅବଦାନ ଦେବାକୁ ପଡ଼ିବ’ – bajravana

[ad_1]

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ ଯେତିକି ପା‌ଖେଇ ଆସୁଛି ପ୍ରଶଂସକଙ୍କ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଯାଉଛି। ଭାରତ କିନ୍ତୁ ଏସିଆ କପ୍ ବିଜୟ ସହ ଆତ୍ମବିଶ୍ବାସକୁ ଉଚ୍ଚରେ ରଖି ଘରୋଇ ପରିବେଶରେ ବିଶ୍ବକପ୍‌ ଖେଳିବାକୁ ପ୍ରସ୍ତୁତ ହୋଇଛି। ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ଖେଳି (ସେପ୍ଟେମ୍ବର ୨୨, ୨୪, ୨୭) ଭାରତ ମଧ୍ୟ ପ୍ରସ୍ତୁତି ଅଭିଯାନକୁ ଅଧିକ ଶାଣିତ କରିବା ଲକ୍ଷ୍ୟରେ ରହିଛି। ପ୍ରାକ୍ ବିଶ୍ବକପ୍‌ ପ୍ରଦର୍ଶନରେ ରୋହିତ ଶର୍ମାଙ୍କ ଦଳ ପ୍ରଭାବ ଛାଡ଼ିଥିଲେ ମଧ୍ୟ ଏମିତି କିଛି ଦିଗ ରହିଛି ଭାରତକୁ ସତର୍କତାର ସହ ନଜର ରଖିବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର। ଏହି ଅବସରରେ ଗମ୍ଭୀର କହିଛନ୍ତି ଏଥର ବିଶ୍ବକପ୍‌ରେ ବାମହାତୀ ଅଲରାଉଣ୍ଡର୍‌ ରବୀନ୍ଦ୍ର ଦାଜେଦାଙ୍କୁ ଉଲ୍ଲେଖନୀୟ ଅବଦାନ ରଖିବାକୁ ପଡ଼ିବ। ଭାରତୀୟ ଦଳର ଅବିଛେଦ୍ୟ ଅଙ୍ଗ ପାଲଟିଥିବାରୁ ଜାଦେଜାଙ୍କ ପ୍ରଦର୍ଶନ ନିଶ୍ଚିତ ନିର୍ଣ୍ଣାୟକ ଭୂମିକା ତୁଲାଇବ।

ଜାଦେଜାଙ୍କ ବୋଲିଂ ଓ ଫିଲ୍‌ଡିଂ ନିଶ୍ଚିତ ବଡ଼ ଫରକ ପକାଉଛି ବୋଲି ଗମ୍ଭୀର ସ୍ବୀକାର କରିଛନ୍ତି। ‘ଆମେ ଜାଣିଛୁ ଜାଡ଼େଜା ଯେ କୌଣସି ଦିନ ଯେ କୌଣସି ପିଚ୍‌ରେ ୧୦ ଓଭର ଭଲ୍ ବୋଲିଂ କରିପାରନ୍ତି। ସେ ଜଣେ ଚମତ୍କାର ଫିଲ୍ଡର ଏହା ସମସ୍ତଙ୍କୁ ଜଣା। କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ କାରଣ ୭ ନମ୍ବର ସ୍ଥାନରେ ତାଙ୍କଠାରୁ ମ୍ୟାଚ୍‌ ବିଜୟୀ ପାଳିର ଆବଶ୍ୟକତା ରହିବ। ଭାରତ ମଧ୍ୟ ୭ ଜଣ ବ୍ୟାଟରଙ୍କୁ ନେଇ ‌ଖେଳିବା ସମ୍ଭବ ନଥିବାରୁ ଜାଦେଜାଙ୍କୁ ହିଁ ଏହି ଭୂମିକା ତୁଲାଇବାକୁ ପଡ଼ିବ’ ବୋଲି ଗମ୍ଭୀର କହିଛନ୍ତି। ‘ଯଦି ଈଶାନ କିଶନ ୫ ନମ୍ବର ସ୍ଥାନରେ ଖେଳିଲେ ତ‌େବେ ପ୍ରଶ୍ନ ନିଶ୍ଚିତ ଉଠିବ। ତେଣୁ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟିଂରେ ମ୍ୟାଚ୍‌ ଜିତାଇବାକୁ ପଡ଼ିବ। ୬ ଓ ୭ ନମ୍ବର ସ୍ଥାନର ବ୍ୟାଟର୍‌ ଏକାଠି ଖେଳୁଥିବାବେଳେ ୧୦ ଓଭରରୁ ବେ‌ଳେବେଳେ ୮୦ରୁ ୯୦ ରନ୍‌ ଆବଶ୍ୟକ ପଡ଼ିପାରେ’ ବୋଲି ମଧ୍ୟ ଗମ୍ଭୀର କହିଥିଲେ।

ସୂଚନାଯୋଗ୍ୟ, ଏସିଆ କପ୍ ପରେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳରୁ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଭେଟେରାନ୍ ଅଫସ୍ପିନର୍‌ ଆର୍‌ ଅଶ୍ବିନଙ୍କୁ ପୁଣି ଡକରା ମିଳିଛି। ଏହା ଦ୍ବାରା ସେ ଭାରତୀୟ ଦଳର ବିଶ୍ବକପ୍‌ ଯୋଜନାରୁ ସେ ବାଦ୍‌ ପଡ଼ିନାହାନ୍ତି ବୋଲି ମଧ୍ୟ ସୂଚନା ମିଳିଛି। କାରଣ ୩୭ ବର୍ଷୀୟ ଅଶ୍ବିନ୍‌ଙ୍କୁ ‌ପ୍ରାଥମିକ ଅବସ୍ଥାରେ ଘୋଷିତ ୧୫ ଜଣିଆ ବିଶ୍ବକପ୍‌ ଦଳରେ ସ୍ଥାନ ମିଳିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button