ଓଡିଶା

‘ସମ୍ବାଦ’-‘ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା: ରାଜ୍ୟସ୍ତରୀୟ ବିଜେତା ଘୋଷଣା – bajravana

[ad_1]

ଭାଷାଜ୍ଞାନରେ ଓମ୍‌ପ୍ରକାଶ, ହସ୍ତାକ୍ଷରରେ ସାଇକ୍ରିଷ୍ଣା, ଚିତ୍ରାଙ୍କନରେ ‌ରୋଶନ ପ୍ରଥମ

ଭୁବନେଶ୍ବର: ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଗତ ୧୦ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ୯ଟି ଜୋନ୍‌ର ୪୬୨ଟି ପରୀକ୍ଷା କେନ୍ଦ୍ରରେ ଦେଢ଼ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଏବ˚ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଆଜି ପ୍ରତି ବିଭାଗର ଶ୍ରେଷ୍ଠ ତିନି ଜଣଙ୍କ ନାମ ଘୋଷଣା ହୋଇଛି। ଏହି କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୪ ତାରିଖରେ ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନରେ ବଲାଙ୍ଗୀର ଜିଲ୍ଲା ତୁରେଇକେଲା କଣ୍ଟାବାଞ୍ଝି ସେଣ୍ଟ ଜାଭିୟର ହାଇସ୍କୁଲର ସ୍ମାର୍ଟ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ରୋଶନ ବାରିକ ପ୍ରଥମ ହୋଇଥିବା ବେଳେ କଟକ ଜିଲ୍ଲା ସାଲେପୁରର ବଡ଼ଭୀମପୁର, ଫ୍ରିଡମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲର ଚତୁର୍ଥ ‌ଶ୍ରେଣୀ ଛାତ୍ର ମୃତ୍ୟୁଞ୍ଜୟ ସ୍ବାଇଁ ଦ୍ବିତୀୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାସ୍ଥିତ ରାମନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମାଇତୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀସ୍ଥିତ ଶାରଦା ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସାଇକ୍ରିଷ୍ଣା ଧଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କଟକ ଜିଲ୍ଲା ଚୌଦ୍ବାର, ଟାଙ୍ଗୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅନନ୍ୟା ଷଢ଼ଙ୍ଗୀ ଦ୍ବିତୀୟ ଏବଂ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ସୁନାବେଡ଼ା-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ଗିରି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସେଣ୍ଟସ୍‌ ଭେଲି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଓମ୍‌ପ୍ରକାଶ ପଣ୍ଡା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ସରସ୍ବତୀ ଶିଶୁ ବିଦ୍ୟାଭବନର ଦଶମ ଶ୍ରେଣୀ ଛାତ୍ରୀ ସାଇପ୍ରଜ୍ଞା ପଟ୍ଟନାୟକ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ କୋରାପୁଟ ଜିଲ୍ଲାର କୁନ୍ଦୁରାସ୍ଥିତ ସରକାରୀ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର ନବମ ଶ୍ରେଣୀ ଛାତ୍ର ସୌରଭ କୁମାର ଦାସ ତୃତୀୟ ସ୍ଥାନ ହା‌ସଲ କରିଛନ୍ତି।
ରାଜ୍ୟର ସବୁ କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାରେ ପ୍ରତି ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ଡଳୀ ଆଜି ପୁନଃ ମୂଲ୍ୟାୟନ କରିବା ପରେ ଏହି ରାଜ୍ୟସ୍ତରୀୟ ବିଜେତା ତାଲିକା ଘୋଷଣା ହୋଇଛି। ଏଥିରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହାରଥା, ରାଷ୍ଟ୍ରୀୟ ଲଳିତ କଳାକେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସଚିବ ରାମହରି ଜେନା ଓ ଓଡ଼ିଶା ଲଳିତ କଳା ଏକାଡେମିର ପୂର୍ବତନ ସଚିବ ତାରାକାନ୍ତ ପରିଡ଼ା ବିଚାରକ ଭାବେ ଯୋଗ ଦେଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭା‌ଗର ପୂର୍ବତନ ବିଭାଗୀୟ ମୁଖ୍ୟ ସଂଘମିତ୍ରା ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ରବୀନ୍ଦ୍ରନାଥ ମାଝୀ ଓ ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ବିଚାରକ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button