ଖେଳ ଖବର

ପ୍ରାଚୀନ-ଆଧୁନିକ ପରମ୍ପରାରୁ ଆରମ୍ଭ – bajravana

[ad_1]

ହାଙ୍ଗଝୌ: ଚୀନ କଳାକାରଙ୍କ ସମ୍ମିଳିତ ପ୍ରାଚୀନ ଓ ଆଧୁନିକ ପ୍ରଦର୍ଶନ ସହିତ ଏସୀୟ କ୍ରୀଡ଼ାର ଊନବିଂଶ ସଂସ୍କରଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ଏପରିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଜରିଆରେ କିଛି କାର୍ଯ୍ୟକ୍ରମ ପରିଚାଳିତ ହୋଇ ନୂଆ ଧାରା ଆରମ୍ଭ କରିଛି ଏସୀୟ କ୍ରୀଡ଼ା। ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଏହି ମହାଦେଶୀୟ ପ୍ରତିଯୋଗିତାର ଉଦ୍‌ଘାଟନକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ‘ଭବିଷ୍ୟତ ପାଇଁ ହୃଦୟରୁ ହୃଦୟର ସଂଯୋଗ’ର ସ୍ଲୋଗାନ ସହିତ ଏହି ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଏହା ଏକ ସ୍ଲୋଗାନ ନୁହେଁ, ଏସିଆର ଭବିଷ୍ୟତ ବୋଲି କହିଥିଲେ, ଅଲିମ୍ପିକ୍ କାଉନସିଲ୍ ଅଫ୍‌ ଏସିଆ (ଓସିଏ)ର କାର୍ଯ୍ୟକାରୀ ସଭାପତି ରାଜା ରଣଧୀର ସିଂହ। ‘ଆମେ ଏଠାରେ ପହଞ୍ଚିଥିବାରୁ ଖୁସି ଓ ଗର୍ବିତ। ହାଙ୍ଗଝୌର ଜନସାଧାରଣ ଏବଂ ଏଠାକାର ଆତିଥେୟତା ଅତ୍ୟନ୍ତ ଉଚ୍ଚକୋଟୀ’ର ବୋଲି କହିଥିଲେ ରଣଧୀର।

ହଙ୍ଗ୍‌ଝୌ ଷ୍ଟାଡିୟମ୍‌ର କେନ୍ଦ୍ରକୁ ସବୁ ଦେଶର ଜାତୀୟ ପତାକା ଆସିବା ପୂର୍ବରୁ ମାର୍ଚ୍ଚ ପାଷ୍ଟ ଆରମ୍ଭ ହୋଇଥିଲା। ଆୱାର ଏସିଆ (ଆମ ଏସିଆ) ସଂଗୀତର ତାଳେ ତାଳେ ମାର୍ଚ୍ଚ ପାଷ୍ଟ ହୋଇଥିବା ବେଳେ ମାସ୍କଟ୍‌ ଓ ‌ସ୍ବେଚ୍ଛାସେବୀମାନେ‌ ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଅନେକ ଦେଶର ମାର୍ଚ୍ଚ ପାଷ୍ଟରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଚୀନର ୮୮୭ ଜଣିଆ ଦଳ ଆସିବା ମାତ୍ରେ ଷ୍ଟାଡିୟମ୍‌ର ପ୍ରଶଂସକମାନେ ଗର୍ଜନ କରି ଉଠିଥିଲେ। ଭାରତୀୟ ଦଳର ନେତୃତ୍ବ ନେଇଥିଲେ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ୍‌ ସିଂହ ଏବଂ ଅଲିମ୍ପିକ୍ କାଂସ୍ୟ ପଦକ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବରଗୋହାଁଇ ତ୍ରିରଙ୍ଗା ଉଡ଼ାଇଥିଲେ। ଖାକି ରଙ୍ଗର ସାଢ଼ୀ (ମହିଳା) ଓ କୁର୍ତା (ପୁରୁଷ) ପରିଧାନ କରି ଭାରତୀୟ ଦଳ ମଧ୍ୟ ଦେଶର ନିଆରା ଉପସ୍ଥିତି ଜାହିର କରିଥିଲା। ଏଥରର ଏସୀୟ କ୍ରୀଡ଼ା ମାସ୍କଟ ଗୋଟିଏ ନୁହେଁ ତିନିଟି ରହିଛି। ତଙ୍ଗ ସାମ୍ରାଜ୍ୟର ପ୍ରସିଦ୍ଧ କବି ବାଇ ଜୁୟୀଙ୍କ ନାମ ମେମୋରିଜ୍‌ ଅଫ୍‌ ଜିଆଙ୍ଗନାନ୍‌’କୁ ତିନିଟି ରୋବୋଟରେ ପ୍ରତୀୟମାନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button