ଖେଳ ଖବର

ଆଇପିଏଲ୍‌-୨୦୨୪: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ ଟାଇଟନ୍ସ – bajravana

[ad_1]

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ପଞ୍ଚମ ମ୍ୟାଚରେ ଗୁଜରାଟ୍‌ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଗୁଜରାଟ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୬୯ ରନ୍‌ ଟାର୍ଗେଟ୍‌ ମିଳିଛି।

ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଟିମ୍‌ ବ୍ୟାଟିଂ କରିଥିଲା। ଗୁଜରାଟ ପାଇଁ ସାଇ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଯଶପ୍ରୀତ ବୁମରାଙ୍କ ହାତରେ ଆଉଟ୍‌ ହୋଇ ପାଭିଲିଅନ୍‌କୁ ଫେରିଯିବା ପୂର୍ବରୁ ୪୫ ରନ୍‌ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୩୯ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଗୁଜରାଟ୍‌ ପାଇଁ ଋଦ୍ଧିମାନ ଶାହ ଓ ଯୁବ ବ୍ୟାଟ୍‌ର ଶୁବମନ ଗିଲ୍‌ ପାଳି ଆରମ୍ଭ କରିଥିଲେ। ଦଳର ସ୍କୋର ୩୧ ରନ୍‌ରେ ମୁମ୍ବାଇର ପ୍ରଥମ ଶିକାର ହୋଇଥିଲେ ଋଦ୍ଧିମାନ। ସେ ୧୫ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୯ ରନ୍‌ କରିଥିଲେ। ଗିଲ୍‌ ୨୨ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ୍‌ ସଂଗ୍ରହ କରିଥିଲେ। ଆଜମାତୁଲ୍ଲା ଓମାରଜଇ ଗୋଟିଏ ଛକା ଓ ଗୋଟିଏ ଚୌକା ବଳରେ ୧୭ ରନ୍‌ କରିଥିବା ବେଳେ ଡେଭିଡ ମିଲରଙ୍କ ବ୍ୟାଟ୍‌ରୁ ୧୨ ରନ୍‌ ମିଳିଥିଲା। ବିଜୟ ଶଙ୍କର ଅପରାଜିତ ୬ ରନ୍‌ଏ ରାହୁଲ ତେୱାତିଆ ୨୨ ରନ୍‌ ଓ ରସିଦ୍‌ ଖାନ୍‌ ଅପରାଜିତ ୪ ରନ୍‌ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button