ଖେଳ ଖବର

ଗିଲଙ୍କୁ ପାଗଳ କହିଲେ ରୋହିତ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ – bajravana

[ad_1]

କଲମ୍ବୋ: ଆଜି ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା। ମ୍ୟାଚ୍ ଆରମ୍ଭ ପୂର୍ବରୁ ଟସ୍ ପକାଯାଇଥିବା ବେଳେ ଶ୍ରୀଲଙ୍କାର ସ୍କିପର ଦାସୁନ ଶନାକା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଆଜି ମ୍ୟାଚ୍ ଅଧାରୁ ବର୍ଷା ହେଲେ ରିଜର୍ବ ଡେ’ ଘୋଷଣା କରାଯାଇ ସୋମବାର ମ୍ୟାଚ୍ ପୁଣି ଥରେ ଖେଳାଯିବ। ତେବେ ମ୍ୟାଚ୍ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଭାରତୀୟ ଅଧିନାୟକ ରୋହିତ୍ ଶର୍ମା, କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହୁଛନ୍ତି।

ଭିଡିଓରେ ଦେଖାଯାଇଛି ଯେ, ଶୁଭମନ କିଛି କଥା କହିବା ପରେ ରୋହିତ୍ ତାଙ୍କୁ କହୁଛନ୍ତି, ଆରେ ଏଭଳି ହୋଇପାରିବ ନାହିଁ। ତୁମେ ପାଗଳ କି? ଏହି ଭିଡିଓ ଭାଇରାଲ ହେବା ପରେ ଗିଲ୍ ଏମିତି କ’ଣ କହିଲେ ଯେ, ରୋହିତ୍ ତାଙ୍କୁ ପାଗଳ କହିବାକୁ ପଛାଇଲେ ନାହିଁ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ତେବେ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ମାତ୍ର ୪୦ ରନରେ ୮ଟି ଓ୍ବିକେଟ ହରାଇଥିବା ଦେଖାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button