ଖେଳ ଖବର

ବିଶ୍ବକପ୍‌ କ୍ରିକେଟ୍: ଆଫଗାନିସ୍ତାନ ଆଗରେ ୨୮୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ – bajravana

[ad_1]

ଚେନ୍ନାଇ: ଆଇସିସି ବିଶ୍ବକପ୍‌-୨୦୨୩ର ୧୬ତମ ମ୍ୟାଚ୍‌ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା। କ୍ବିୱି ଦଳ ସ୍କୋର ୧୧୦ ରନ୍‌ରେ ଆଗଧାଡ଼ିର ୪ଟି ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିବା ବେଳେ ମଧ୍ୟକ୍ରମର ବ୍ୟାଟର ଦଳୀୟ ରନ୍‌କୁ ଆଗକୁ ବଢ଼ାଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିପାରିଛି। ଆଫଗାନିସ୍ତାନକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୮୯ ରନ୍‌ର ଲକ୍ଷ୍ୟ ମିଳିଛି।

ମଧ୍ୟକ୍ରମର ବ୍ୟାଟର ଟମ୍‌ ଲଥାମ୍‌ ଓ ଗ୍ଲେନ୍‌ ଫିଲିପ୍ସ ଶତକୀୟ ଭାଗିଦାରୀ ହୋଇଥିଲେ। ଉଭୟ ବ୍ୟାଟର ୫ମ ୱିକେଟ୍‌ ପାଇଁ ୧୪୪ ରନ୍‌ ସଂଗ୍ରହ କରିଥିଲେ। ଗ୍ଲେନ୍‌ ଫିଲିପ୍ସ ୮୦ଟି ବଲ୍‌ରୁ ୪ଟି ଚୌକା ଓ ୪ଟି ଛକା ମାରିବା ସହିତ ବ୍ୟକ୍ତିଗତ ଭାବେ ୬୧ ରନ୍‌ ଯୋଗଦାନ ଦେଇ ଆଉଟ୍‌ ହୋଇଥିଲେ। ଆଫଗାନିସ୍ତାନର ୬ଷ୍ଠ ଶିକାର ହୋଇଥିଲେ ଟମ୍‌ ଲଥାମ୍‌। ସେ ଆଉଟ୍‌ ହେବା ପୂର୍ବରୁ ୭୪ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୬୮ ରନ୍‌ ସଂଗ୍ରହ କରିଥିଲେ।

Photo: X

ଏହା ପୂର୍ବରୁ ୱିଲ ୟାଙ୍ଗ ଅର୍ଦ୍ଧଶତକ (୫୪ ରନ୍‌) ହାସଲ କରିଥିଲେ। ସେ ଆଫଗାନିସ୍ତାନର ତୃତୀୟ ଶିକାର ହେବା ପୂର୍ବରୁ ୬୪ଟି ବଲ୍‌ ଖେଲି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ଅଜମାତୁଲ୍ଲା ଓମରଜାଇଙ୍କ ବଲରେ ଆଉଟ୍‌ ହୋଇଥିଲେ। ଆଫଗାନିସ୍ତାନ ନିଜର ପ୍ରଥମ ୱକେଟ ଭାବେ ଡେଭନ କନୱେ (୨୦ରନ୍‌)ଙ୍କୁ ଆଉଟ୍‌ କରିଥିଲା। ମୁଜୀବ ଉର ରେହମାନଙ୍କ ଦ୍ବାରା କନୱେ ଏଲ୍‌ବିଡବ୍ଲୁ ହୋଇଥିଲେ। ତାଙ୍କ ପରେ ପରେ ରାଚିନ ରବୀନ୍ଦ୍ର ବ୍ୟକ୍ତିଗତ ଭାବେ ୩୨ ରନ୍‌ ସଂଗ୍ରହ କରି ଅଜମାତୁଲ୍ଲାଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ଡାରେଲ ମିଚେଲ ୭ଟି ବଲ୍‌ ସାମ୍ନା କରି ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରିଥିଲେ। ମାର୍କ ଚାମ୍ପମ୍ୟାନ୍‌ ଅପରାଜିତ ୨୫ ରନ୍‌ ଓ ମିଚେଲ ସାଣ୍ଟନର ଅପରାଜିତ ୭ ରନ୍‌ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button