ଖେଳ ଖବର

ବିଶ୍ବକପ୍‌ରେ ରୋହିତ ସର୍ବାଧିକ ରନ୍‌ ସଂଗ୍ରହକାରୀ ହେବେ: ସେହବାଗ – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇପାରନ୍ତି। ଭାରତରେ ହେବାକୁ ଯାଉଥିବା ଏହି ବିଶ୍ବକପ୍‌ରେ ପ୍ରାୟତଃ ସମସ୍ତ ପିଚ୍‌ ବ୍ୟାଟିଂକୁ ସୁହାଇବା ଭଳି ପ୍ରସ୍ତୁତ ହେବ। ତେଣୁ ପ୍ରାରମ୍ଭିକ ବ୍ୟାଟର୍‌ଙ୍କ ପାଖରେ ଅଧିକ ରନ୍‌ ସଂଗ୍ରହ ପାଇଁ ସୁଯୋଗ ରହିବ। ରୋହିତ ଶର୍ମା ଗତ ବିଶ୍ବକପ୍‌ ସଂସ୍କରଣରେ ଯେପରି ବ୍ୟାଟିଂ କରିଥିଲେ, ଘରୋଇ ବିଶ୍ବକପ୍‌ରେ ଆହୁରି ଭଲ ପ୍ରଦର୍ଶନ କରିପାରନ୍ତି ବୋଲି ପୂର୍ବତନ ପ୍ରାରମ୍ଭିକ ବ୍ୟାଟର୍‌ ବୀରେନ୍ଦ୍ର ସେହବାଗ ଆଶାବ୍ୟକ୍ତ କରିଛନ୍ତି।

ଆଇସିସି ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ସେହବାଗଙ୍କୁ ବିଶ୍ବକପ୍‌ର ସର୍ବାଧିକ ରନ୍‌ ସଂଗ୍ରହକାରୀ କିଏ ହେବ ବୋଲି ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ ରୋହିତଙ୍କୁ ବାଛିଥିଲେ। ଯଦିଓ ତାଙ୍କ ଆଗରେ ଆହୁରି ଅଧିକ ଖେଳାଳିଙ୍କ ବିକଳ୍ପ ରହିଛି। କିନ୍ତୁ ଜଣେ ଭାରତୀୟ ହୋଇଥିବାରୁ ସେ ରୋହିତଙ୍କ ସପକ୍ଷରେ ଯିବେ ବୋଲି କହିଥିଲେ। ତାଙ୍କ ମତରେ, ଯେତେବେଳେ ବିଶ୍ବକପ୍‌ ପାଖେଇ ଆସିଥାଏ, ରୋହିତଙ୍କ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ପ୍ରଦର୍ଶନ ଉପରକୁ ଉପରକୁ ଯାଇଥାଏ। ୨୦୧୯ ଇଂଲଣ୍ଡ ବିଶ୍ବକପ୍‌ରେ ରୋହିତ ୯ ମ୍ୟାଚ୍‌ରୁ ପାଖାପାଖି ୮୧.୦୦ ହାରରେ ୬୪୮ ରନ୍‌ସଂଗ୍ରହ କରିଥିଲେ। ଏହାମଧ୍ୟରେ ୫ ଶତକ ଅନ୍ତର୍ଭୁକ୍ତ ଥିଲା। ଚଳିତ ବର୍ଷ ରୋହିତ ସମସ୍ତ ତିନି ଫର୍ମାଟ୍‌ରେ ଭଲ ଖେଳିଆସୁଛନ୍ତି। ଏବର୍ଷ ୧୬ ମ୍ୟାଚ୍‌ରୁ ୪୮.୫୭ ହାରରେ ସେ ୨୯୩ ରନ୍‌ ସଂଗ୍ରହ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button