ଖେଳ ଖବର

ଏସିଆ କପ୍ : ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା – bajravana

[ad_1]

ନୂଆଦିଲ୍ଲୀ, ୧୪/୦୯ : ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି ଟିମ୍ ଇଣ୍ଡିଆ । ଭାରତ-ପାକିସ୍ତାନ ସମ୍ଭାବ୍ୟ ଫାଇନାଲ୍‌ ପଥରେ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଲଙ୍କା ଓ ବର୍ଷା । ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମୁକାବିଲା ସେମିଫାଇନାଲ୍ ସଦୃଶ । ବର୍ଷା ଯଦି ଏହି ମ୍ୟାଚ୍‌ରୁ ଫଳାଫଳ ବାହାର କରିବାରେ ପ୍ରତିବନ୍ଧକ ହେବ ତେବେ ଘରୋଇ ଶ୍ରୀଲଙ୍କା ଉନ୍ନତ ରନ୍‌ ହାର ଭିତ୍ତିରେ ଫାଇନାଲ୍‌ ପହଞ୍ଚିଯିବ । ଭାରତ ୨ ମ୍ୟାଚ୍‌ରୁ ୨ ବିଜୟ ଓ ୪ ପଏଣ୍ଟ ସହ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି ।

ଆସନ୍ତାକାଲି ଭାରତ ଏହାର ଶେଷ ଲିଗ୍‌ ମ୍ୟାଚ୍‌ ବାଂଲାଦେଶ ସହ ଖେଳିବ । କାରଣ ବାଂଲାଦେଶ ନିଜର ପୂର୍ବ ଦୁଇ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ନିକଟରୁ ହାରି ସୁପର୍‌ ଫୋର୍‌ରେ ପଏଣ୍ଟ ଖାତା ‌‌ଖୋଲି ପାରିନାହିଁ । ଆଜି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଅଧିକ ଚାପ ଓ ଚିନ୍ତାରେ ରହିଛି । କାରଣ ଦଳର ନେଟ୍‌ ରନ୍ ରେଟ୍‌ -୦.୮୯୨ ବହୁ ତଳେ ଥିବାବେଳେ ଶ୍ରୀଲଙ୍କା -୦.୨୦୦ ସାମାନ୍ୟ ଆଗରେ ଅଛି । ସେହି ଦୃଷ୍ଟିରୁ ଫାଇନାଲ ପ୍ରବେଶ ଆଶାରେ ଥିବା ପାକିସ୍ତାନ ଏକ ପୂର୍ଣ୍ଣ ମ୍ୟାଚ୍‌ ସହ ବିଜୟ ଆବଶ୍ୟକ କରିବ ।

ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଚିନ୍ତା ମଧ୍ୟ ରହିଛି ଆହତ ସମସ୍ୟା । ଦଳର ଦୁଇ ଦ୍ରୁତ ବୋଲର ହାରିସ୍ ‌ରୌଫ ଏବଂ ନସିମ୍ ସାହା ଆହତ ହୋଇପଡ଼ିଥିବାରୁ ପାକିସ୍ତାନ ସାହାନୱାଜ ଦହାନି ଓ ଜମାନ ଖାନ୍‌ଙ୍କୁ ତୁରନ୍ତ ଡାକିଛି । ନେପାଳ ବିପକ୍ଷରେ ଦଳ ମୁଲତାନରେ ସ୍କୋର୍‌ କରିଥିବା ୩୪୨/୬ ବାଦ୍‌ ପାକିସ୍ତାନର ବ୍ୟାଟିଂ ମଧ୍ୟ ଏସିଆ କପ୍ ସାରା ସେତେଟା ପ୍ରଭାବ ଛାଡ଼ି ପାରିନାହିଁ । ପାକିସ୍ତାନର ମୁଖ୍ୟ ବୋଲିଂ ଅସ୍ତ୍ର ସାହିନ ସାହ ଆଫ୍ରିଦିଙ୍କୁ ମୁକାବିଲା କରିପାରିଲେ ଶ୍ରୀଲଙ୍କାର ଫାଇନାଲ୍ ପ୍ରବେଶ ପଥ ସରଳ ହୋଇଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button