ଅପରାଧ

ସୁରେଶଙ୍କ ଦଶାହ ଦିନ ପ୍ରଥମେ ସ୍ତ୍ରୀ ତା’ପରେ ଝିଅର ହେଲା ମୃତ୍ୟୁ – bajravana

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଲିଗଢ଼ରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଦଶାହ ଦିନ ତାଙ୍କର ସ୍ତ୍ରୀ ଓ ଝିଅଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ଘଟଣାଟି ହେଉଛି ଏପରି, ଆଲିଗଢ଼ର ଗୋଣ୍ଡା ଥାନା ଅଞ୍ଚଳର ବାସିନ୍ଦା ସୁରେଶ କୁମାର ପରିବାର ସମେତ ଦିଲ୍ଲୀରେ ବସବାସ କରୁଥିଲେ। ସେଠାରେ ସେ ଡିଟିସିରେ ବସ ଚଲାଉଥିଲେ। କିଛିଦିନ ତଳେ ହୃଦଘାତର ଶିକାର ହେବାହେତୁ ସୁରେଶଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସୁରେଶଙ୍କ ମୃତଦେହକୁ ଧରି ତାଙ୍କ ସ୍ତ୍ରୀ ଓ ଝିଅ ପ୍ରିୟଙ୍କା ଘର ଆଲିଗଢ଼ରେ ଆସି ପହଞ୍ଚିଥିଲେ। ଏଠାରେ ପରିବାରଲୋକ ସୁରେଶଙ୍କ ଅନ୍ତିମ ସଂସ୍କାର କରିଥିଲେ।

ସ୍ବାମୀଙ୍କ ଦଶାହ ଦିନ ସମ୍ପତ୍ତି ଭାଗବଣ୍ଟାର କଥା ଉଠିଥିଲା। ଏହାକୁ କେନ୍ଦ୍ରକରି ସୁରେଶଙ୍କ ସ୍ତ୍ରୀଙ୍କ ୩ଜଣ ଦିଅରଙ୍କ ସହିତ ଝଗଡ଼ା ହୋଇଥିଲା। ଫଳରେ ତିନିଜଣ ଦିଅର ରାଗି ଯାଇ ସୁରେଶଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। ମା’କୁ ଦାଦାମାନେ ମାରୁଥିବା ଦେଖି ଝିଅ ବଞ୍ଚାଇବାକୁ ଆସିଥିଲା। ତେବେ ସୁରେଶଙ୍କ ତିନିଜଣ ଭାଇ ମା’ ଓ ଝିଅଙ୍କ କୌଣସି କଥା ନଶୁଣି ପିଟିପିଟି ଦୁହିଁଙ୍କୁ ମାରି ଦେଇଥିଲେ। ପ୍ରଥମେ ମା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତା’ପରେ ଦାଦାଙ୍କ ମାଡ଼ରେ ଝିଆରୀ ପ୍ରିୟଙ୍କାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button