ମନୋରଞ୍ଜନ

ତାଙ୍କ ଉଦ୍ଦେଶ୍ୟ ଖରାପ ନଥିଲା; ନିର୍ଦ୍ଦେଶକ ଚୁମ୍ବନ ଦେବା ବିବାଦ ଉପରେ ମନାରାଙ୍କ ପ୍ରତିକ୍ରିୟା – bajravana

[ad_1]

ହାଇଦ୍ରାବାଦ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରା ଚୋପ୍ରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଇଥିଲେ ନିର୍ଦ୍ଦେଶକ। ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ କରିଥିଲେ ଲୋକେ। ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ ମନାରାଙ୍କ ଗାଲକୁ ଚୁମ୍ବନ ଦେଇ ବିବାଦୀୟ ହୋଇପଡ଼ିଥିବା ବେଳେ ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି ମନାରା।

ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଯେଉଁ ଖବର ଭାଇରାଲ ହେଉଛି ତାହାର ନିର୍ଦ୍ଦେଶକଙ୍କ ସହ କୌଣସି ସମ୍ପର୍କ ନାହିଁ। ନିର୍ଦ୍ଦେଶକ ମୋ କାମକୁ ବହୁତ ପସନ୍ଦ କରନ୍ତି। ଏପରିକି ଯେତେବେଳେ ମୁଁ ସୁଟିଂ କରୁନଥିଲି, ସେ ମୋତେ ଫୋନ୍ କରି କହୁଥିଲେ ଯେ, ମୁଁ ତୁମକୁ ମନେ ପକାଉଛି। କାରଣ ସେ ମୋର କାମକୁ ବହୁତ ପସନ୍ଦ କରନ୍ତି। ଚୁମ୍ବନ ଦେବାକୁ ନେଇ ତାଙ୍କୁ ଟ୍ରୋଲ କରିବା ଭୁଲ। ସେଦିନ ସେ ଟିକେ ଉତ୍ସାହିତ ହୋଇଯାଇଥିଲେ। ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ବେଶୀ ଉତ୍ସାହିତ ହୋଇ ଏହା କରିଥିଲେ। ଅନେକ ଥର ଲୋକମାନେ ଏଭଳି କରନ୍ତି, ହେଲେ ସେମାନେ ଜାଣିପାରନ୍ତି ନାହିଁ। ମୁଁ ଭାବୁନାହିଁ ଯେ ତାଙ୍କର ଉଦ୍ଦେଶ୍ୟ ଖରାପ ଥିଲା।

ଉଲ୍ଲେଖଯୋଗ୍ୟ, ମନାରା ଓ ଏଏସ ରବି କୁମାର ଚୌଧୁରୀ ଆଗାମୀ ଫିଲ୍ମ ‘ତିରାଗବାଦରା ସାମି’ର ପ୍ରଚାର ପାଇଁ ଯାଇଥିବା ବେଳେ ଗଣମାଧ୍ୟମର କ୍ୟାମେରା ଆଗରେ ପୋଜ୍ ଦେଇଥିଲେ। ଏହି ସମୟ‌ରେ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ, ମନାରାଙ୍କ ପାଖକୁ ଆସି ତାଙ୍କ କାନ୍ଧରେ ହାତ ପକାଇ ଫଟୋ ଉଠାଇଥିଲେ। କିଛି ସମୟରେ ସେ ହଠାତ୍ ମନାରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button