ମନୋରଞ୍ଜନ

କଥା ଦେଉଛି, ଆଉ ଏହା କରିବାକୁ କହିବିନି; ସ୍ବାମୀଙ୍କୁ ମନେ ପକାଇ ଏଭଳି ଲେଖିଲେ ସ୍ବରା – bajravana

[ad_1]

ମୁମ୍ବାଇ: ଗତ ଫେବ୍ରୁଆରିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ସ୍ବରା ଭାସ୍କର। ବିବାହର ୩ ମାସ ପରେ ସ୍ବରା ଗର୍ଭବତୀ ଥିବା ଜଣାଇଥିଲେ। ସେ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଏହି ଖୁସି ଖବରକୁ ତାଙ୍କ ପ୍ରଶଂସକମାନଙ୍କ ସହ ସେୟାର କରିଥିଲେ। ସ୍ବରା ତାଙ୍କର ଦୀର୍ଘକାଳୀନ ପ୍ରେମିକ ଫହାଦ ଅହମ୍ମଦଙ୍କୁ ବିବାହ କରିଥିବା ବେଳେ ଏବେ ତାଙ୍କୁ ମ‌ନେ ପକାଇ  ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଥିବା ଦେଖାଯାଇଛି।

ଫହାଦଙ୍କ ପାଇଁ ସେୟାର କରିଥିବା ଭିଡିଓର କ୍ୟାପସନରେ ସ୍ବରା ଲେଖିଛନ୍ତି, ଫହାଦ ଅହମ୍ମଦ ତୁମକୁ ବହୁତ ମନେ ପକାଉଛି। ଶୀଘ୍ର ଆସ। ମୁଁ କଥା ଦେଉଛି ଯେ ମୁଁ ଆଉ କୌଣସି ସୁଟିଂ ପାଇଁ ତୁମକୁ ପୋଜ୍ ଦେବାକୁ କହିବି ନାହିଁ। ‘ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ପୋଷ୍ଟକୁ ବହୁତ ପସନ୍ଦ କରିଥିବା ଦେଖାଯାଇଛି।

ସ୍ବରା ସେୟାର କରିଥିବା ଭିଡିଓରେ ସେ ଏବଂ ଫହାଦ ନଜର ଆସିଛନ୍ତି। ଦୁହେଁ ‘ମାଟରନିଟି ସୁଟ୍’ କରାଉଥିବା ଭିଡିଓରେ ଦେଖାଯାଇଛି। ତେବେ ପ୍ରଥମେ ଚଳିତବର୍ଷ ଫେବ୍ରୁଆରି‌‌ରେ  କାଗଜରେ ଦସ୍ତଖତ କରି ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଥିଲେ  ବିବାଦୀୟ ରାଜନୈତିକ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସ୍ବରା ଭାସ୍କର। ଅଚାନକ ସ୍ବରାଙ୍କର ଏହି ବିବାହ ପ୍ରଶଂସକଙ୍କୁ ଚମକାଇ ଦେଇଥିଲା। ପରେ ସେ ମାର୍ଚ୍ଚ ୧୫-୧୬ ତାରି‌ଖରେ ରୀତିନୀତି ଅନୁସାରେ ବିବାହ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button