ମ୍ୟାଚ ପୂର୍ବରୁ ଭାରତକୁ ଚାପରେ ରଖିବାକୁ ପାକିସ୍ତାନର ଚାଲ୍, ଦିନକ ଆଗରୁ ଟିମ୍ ଘୋଷଣା କଲା – bajravana
[ad_1]
ନୂଆଦିଲ୍ଲୀ: ଚଳିତ ଏସିଆ କପ୍ ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚକୁ ସମଗ୍ର କ୍ରିକେଟ୍ ଜଗତ ଅପେକ୍ଷା କରିଛି। ଏହା ପୂର୍ବରୁ ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିଛି ପାକିସ୍ତାନ । ସାଧାରଣତଃ ମ୍ୟାଚ୍ ରେ ଟସ୍ ହେଲେ ଏକ ଟିମ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଥାଏ । କିନ୍ତୁ ମ୍ୟାଚର ଦିନକ ପୂର୍ବରୁ ପାକିସ୍ତାନ ଭାରତ ବିପକ୍ଷରେ ନିଜର ଏକାଦଶ ଘୋଷଣା କରିଛି। ଏହା ଦ୍ବାରା ଭାରତ ବିପକ୍ଷରେ ପାକିସ୍ତାନ ନିଜର ଆତ୍ମବିଶ୍ବାସ ଦେଖାଇବାକୁ ଚାହୁଁଛି ।
ଗତ ୮ ଦିନ ମଧ୍ୟରେ ଆଫଗାନିସ୍ତାନକୁ ପରାସ୍ତ କରିବା ସମେତ ମୋଟ ୪ଟି ମ୍ୟାଚ୍ ଜିତିଛି ପାକିସ୍ତାନ । ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ପାକିସ୍ତାନ ଯେତେବେଳେ ଏସିଆ କପ୍ ୨୦୨୩କୁ ବିଜୟ ସହ ଆରମ୍ଭ କରିଥିଲା, ତାହାର ଆତ୍ମବିଶ୍ବାସ ବଢିଥିଲା । ଏଣୁ ସେ ନିଜର ବିଜୟୀ ଟିମକୁ ବଜାୟ ରଖି ଭାରତକୁ ଚ୍ୟାଲେଞ୍ଜ୍ କରିବାକୁ ଚେଷ୍ଟା କରିଛି । ଅନ୍ୟପକ୍ଷରେ ଆସନ୍ତାକାଲି ଭାରତର ଚୂଡ଼ାନ୍ତ ଏକାଦଶ କଣ ରହିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ । କେଏଲ ରାହୁଲଙ୍କ ସ୍ଥାନରେ କିଏ ଓପନ କରିବ ତାହାକୁ ନେଇ ବି ପ୍ରଶ୍ନଚିହ୍ନ ରହିଛି ।
ପାକିସ୍ତାନ ଦଳ : ବାବର ଆଜମ (ଅଧିନାୟକ), ଫଖର ଜମାନ, ଇମାମ-ଉଲ୍-ହକ୍, ମହମ୍ମଦ ରିଜୱାନ (ୱିକେଟରକ୍ଷକ), ଆଗା ସଲମାନ, ଇଫତିଖାର ଅହମ୍ମଦ, ଶାଦାବ ଖାନ୍ ମହମ୍ମଦ ନୱାଜ,ଶାହିନ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ୍ ।
[ad_2]