ଅପରାଧ

ପୁଅ ଶୋଇଥିବାରୁ ଦୋକାନ ଆଗରୁ ଉଠିବାକୁ ମନା କଲେ ମହିଳା, ନିସ୍ତୁକ ପିଟିଲେ ଯୁବକ – bajravana

[ad_1]

ଭୋପାଳ: ପୁଅ ଶୋଇଥିବାରୁ ଦୋକାନ ଆଗରୁ ଉଠିବାକୁ ମନା କଲେ ମହିଳା। ନିସ୍ତୁକ ପିଟିଲେ ଯୁବକ। ଘଟଣାଟି ଅଗଷ୍ଟ ୧୨ରେ ଘଟିଥିବା ବେଳେ ଏବେ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ପୁଲିସକୁ ମହିଳାଙ୍କ ପତ୍ତ‌ା ମିଳିପାରିନଥିବା ଜଣାଯାଇଛି।

କୁହାଯାଉଛି ଯେ, ମହିଳାଜଣକ ଘଟଣା ଦିନ ନିଜ ଶିଶୁକୁ ପାଖରେ ଶୁଆଇ ଏକ ଦୋକାନ ଆଗରେ ବସିଥିଲେ। ଏହା ପରେ କିଛି ଯୁବକ ଆସି ତାଙ୍କୁ ସେଠାରୁ ଉଠିବାକୁ କହିଲେ। ହେଲେ ଶିଶୁଟି ଶୋଇଥିବାରୁ ମହିଳା ଉଠିବାକୁ ମନା କରିଥିଲେ। ଏଥିରେ ରାଗି ଯାଇ ଜଣେ ଯୁବକ ତାଙ୍କୁ ରଡ଼ରେ ପିଟିବା ସହ ତାଙ୍କୁ ଘୋଷାଡି ଘୋଷାଡି କିଛି ବାଟ ଟାଣି ନେଇଥିଲେ। ଉପସ୍ଥିତ ଲୋକେ ମାର ନାହିଁ ବୋଲି କହୁଥିବା ବେଳେ ମହିଳାଜଣକ ଭାଇ ଛାଡ଼ି ଦିଅ ବୋଲି କହିଥିଲେ। ହେଲେ ମାଡ଼ ମାରୁଥିବା ଯୁବକଜଣକ କିଛି ଶୁଣିନଥିଲେ।

ପୁଲିସ ପକ୍ଷରୁ କୁହାଯାଇଛି ଯେ, “ଆମେ ଏହି ଘଟଣା ବିଷୟରେ ଜାଣିବା ପରେ ଏତଲା ପଞ୍ଜୀକୃତ କରିଥିଲୁ। ଘଟଣାକୁ ନେଇ କିଛି ଜଣଙ୍କୁ ଗିରଫ କରାଯାଇଛି। ଆମେ ପୀଡିତାଙ୍କୁ ଖୋଜି ପାଇବା ପରେ ତାଙ୍କ ପକ୍ଷ ଜାଣି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ମହିଳାଜଣଙ୍କୁ ଠାବ କରିବା ପରେ ପୂରା ଘଟଣା ସ୍ପଷ୍ଟ ହେବ। ଏବେ ଆମେ ମହିଳାଙ୍କୁ ଖୋଜିବାକୁ ଚେଷ୍ଟା କରୁଛୁ। “



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button