ମନୋରଞ୍ଜନ

‘ଜେଲର’ର ଲାଭରୁ ୧୦୦କୋଟି ନେଲେ ରଜନୀକାନ୍ତ, ପୂର୍ବରୁ ନେଇଥିଲେ ଏତେ କୋଟି ପାରିଶ୍ରମିକ – bajravana

[ad_1]

ଚେନ୍ନାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ରଜନୀକାନ୍ତ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ନିଜର ଅଭିନୟ ବଳରେ ଅଭିନେତା ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଅଗଷ୍ଟ ୧୦ରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜେଲର’ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲପାଇବା ମିଲିଥିଲା। ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରିଥିଲା ରଜନୀକାନ୍ତଙ୍କ ଫିଲ୍ମ।

ସୂଚନା ମିଳିଥିଲା ଯେ, ରଜନୀକାନ୍ତଙ୍କ ଫିଲ୍ମ ଜେଲର ବିଶ୍ବ ସ୍ତରରେ ୫୬୪.୩୫କୋଟି ଟଙ୍କା ଆୟ କରିଥିଲା। ରଜନୀକାନ୍ତଙ୍କ ପାଇଁ ଫିଲ୍ମଟି ଭଲ ଆୟ କରିଥିବାରୁ ଏବେ ଏହାର ଫଳ ଅଭିନେତାଙ୍କୁ ମିଳିଛି। କୁହାଯାଉଛି ଯେ, ସନ୍ ପିକ୍ଚର୍ସର ନିର୍ମାତା କାଲାନିଥୀ ମାରନ୍ ରଜନୀକାନ୍ତଙ୍କୁ ଭେଟି ଅଭିନେତାଙ୍କୁ ଏକ ବଡ଼ ଚେକ୍ ଦେଇଛନ୍ତି।

ସନ୍ ପିକ୍ଚର୍ସର ଅଧିକାରୀକ ଏକ୍ସ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଲେଖିଛି ଯେ, “କାଲାନିଥୀ ମାରନ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟି ‘ଜେଲର’ର ଐତିହାସିକ ସଫଳତାକୁ ପାଳନ କରିବା ସହ ଏକ ଚେକ୍ ପ୍ରଦାନ କରିଛନ୍ତି। ଏହି ଫଟୋ ଏ‌ବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ‘ଟ୍ରେଡ୍ ଏକ୍ସପର୍ଟ’ ମନୋବାଳା ବିଜୟବାଲାନ ଏକ୍ସରେ ପୋଷ୍ଟ କରି କହିଛନ୍ତି, ସୂଚନା ମିଳିଛି ଯେ ରଜନୀକାନ୍ତଙ୍କୁ କାଲାନିଥୀ ମାରନ୍ ୧୦୦କୋଟି ଟଙ୍କାର ଚେକ୍ ଦେଇଛନ୍ତି। ‘ଜେଲର’ରୁ ହୋଇଥିବା ଲାଭ ପାଇଁ ଏହି ଚେକ୍ ତାଙ୍କୁ ନିର୍ମାତା ଦେଇଛନ୍ତି। ଏହା ବ୍ୟତୀତ ରଜନୀକାନ୍ତ ଫିଲ୍ମର ପାରିଶ୍ରମିକ ଗ୍ରହଣ କରିସାରିଛନ୍ତି, ଯାହା ୧୧୦କୋଟି ଟଙ୍କା ଅଟେ। ମୋଟ ଉପରେ ସୁପରଷ୍ଟାର ‘ଜେଲର’ ପାଇଁ ୨୧୦କୋଟି ଟଙ୍କା ପାଇଛନ୍ତି। ଏଥିପାଇଁ ରଜନୀକାନ୍ତ ବର୍ତ୍ତମାନ ଦେଶର ସବୁଠାରୁ ଦାମୀ ଅଭିନେତା ହୋଇପାରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button