ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୫ ମୃତ – bajravana
[ad_1]
ନୂଆଦିଲ୍ଲୀ, ୩୦/୦୮ : ମଧ୍ୟପ୍ରଦେଶ ମୋରେନାରେ ଫୁଡ୍ ଫ୍ୟାକ୍ଟ୍ରିରେ ଅଘଟଣ । ବିଷାକ୍ତ ଗ୍ୟାସ ଲିକ କାରଣରୁ ଅଣନିଶ୍ୱାସୀ ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପାଇଁ ଫ୍ୟାକ୍ଟ୍ରି ମାଲିକଙ୍କୁ ଦାୟୀ କରି କମ୍ପାନୀ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । କୌଣସି କାରଣରୁ କାରଖାନାରେ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ସମୟରେ କାରଖାନାରେ ଶ୍ରମିକମାନେ ମଧ୍ୟ ଥିଲେ । ଦୁଇ ଜଣ ଶ୍ରମିକ ବାହାରେ ଦୁର୍ଗନ୍ଧ ବାରି କାରାଖାନାକୁ ଯାଇଥିଲେ । ସେମାନେ କିନ୍ତୁ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୫ଜଣଙ୍କର ମୃତ୍ୟୁ ଘଟିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିବାବେଳେ କେଉଁ କାରଣରୁ ଗ୍ୟାସ୍ ଲିକ୍ ହୋଇଛି, ତାହା ଜଣାପଡିନି । ଅନ୍ୟପଟେ ମୃତକଙ୍କ ପରିବାରକୁ ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରୀ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
[ad_2]