ଓଡିଶା

ହାଇକୋର୍ଟରେ ପୁଞ୍ଜିଲାଲର ସ୍ବାସ୍ଥ୍ୟ ରିପୋର୍ଟ ଦାଖଲ: ଜେଲ୍‌ରେ ସାମ୍ବାଦିକତା ପରୀକ୍ଷା ଦେଲା – bajravana

[ad_1]

ପାଟଣାଗଡ଼ ପାର୍ସଲ ବୋମା ଅଭିଯୁକ୍ତ

କଟକ: ବଲାଙ୍ଗୀର ଜେଲରେ ଥିବା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧୢାପକ ପୁଞ୍ଜିଲାଲ ମେହେରର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବଲାଙ୍ଗୀର ଜିଲ୍ଲା ଜେଲ୍‌ର ମେଡିକାଲ ଅଫିସର ପୁଞ୍ଜିଲାଲର ସ୍ବାସ୍ଥ୍ୟ ପରୀକ୍ଷା ନେଇ ଦେଇଥିବା ରିପୋର୍ଟରୁ ଏଭଳି କଥା ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି। ହାଇକୋର୍ଟରେ ସରକାରଙ୍କ ତରଫରୁ ସିଆଇଡି ସିବି ଅତିରିକ୍ତ ଏସ୍‌ପି ଦାଖଲ କରିଥିବା ତଥ୍ୟ ସହିତ ପୁଞ୍ଜିଲାଲର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ସଂଲଗ୍ନ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲର ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୪ରୁ ଆରମ୍ଭ ହେଉଥିବା ସପ୍ତାହରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୧ରେ ମାମଲାର ଶୁଣାଣି ସମୟରେ ତାର ସ୍ବାସ୍ଥ୍ୟ ଅବସ୍ଥାରେ ଦିନକୁ ଦିନ ଅବନତି ହେଉଛି ବୋଲି ପୁଞ୍ଜିଲାଲ ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଂଗରେ କଣ ସ୍ଥିତି ରହିଛି ସେ ନେଇ ଅବଗତ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୁଞ୍ଜିଲାଲ ପକ୍ଷରୁ ନିୟମିତ ଜାମିନ ଆବେଦନ ସହିତ ଏକ ଅନ୍ତରୀଣ ଆବେଦନ ମଧ୍ୟ ହାଇକୋର୍ଟରେ ଦାଖଲ ହୋଇଛି। ସେ ପିଏଚ୍‌ଡି କରୁଛି ଓ ରାଜସ୍ଥାନର ମହାରାଜ ବିନାୟକ ଗ୍ଲୋବାଲ ବିଶ୍ବବିଦ୍ୟାଳୟରେ ଥେସିସ ପେପର ଦାଖଲ ପାଇଁ ତାକୁ ଅନ୍ତରୀଣ ଜାମିନ ମଞ୍ଜୁର କରାଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ୨୦୧୯ ମାର୍ଚ୍ଚ ୨୫ ଓ ୨୦୨୨ ଜୁଲାଇ ୨୨ରେ ହାଇକୋର୍ଟରେ ପୁଞ୍ଜିଲାଲର ଜାମିନ ଆବେଦନ ଖାରଜ ହୋଇଥିଲା। ୨୦୧୮ ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ଫେବ୍ରୁଆରି ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରକୁ ୨୦୧୮ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା।

ଜେଲ୍‌ରେ ସାମ୍ବାଦିକତା ପରୀକ୍ଷା ଦେଲା

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ମଙ୍ଗଳବାର ବଲାଙ୍ଗୀର ଜେଲରେ ସାମ୍ବାଦିକତା ପରୀକ୍ଷା ଦେଇଛି। ପାଟଣାଗଡ଼ ଭଏଷା ଜ୍ୟୋତି ବିକାଶ କଲେଜରେ ଇଂରାଜୀ ଅଧ୍ୟାପକ ଥିବା ପୁଞ୍ଜିଲାଲ ଗିରଫ ହୋଇ ଜେଲରେ ଥିବା ବେଳେ ଏମ୍‌ଜେଏମ୍‌ସି ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ପୂର୍ବରୁ ସେ ପ୍ରଥମ ସେମିଷ୍ଟର ପରୀକ୍ଷା ଜେଲ୍‌ରେ ଦେଇଥିବାବେଳେ ଆଜି ପୁଣି ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଦେଇଛି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପରୀକ୍ଷକମାନଙ୍କ ଉପସ୍ଥିତିରେ ପୁଞ୍ଜିଲାଲ ମଙ୍ଗଳବାର ଅପରାହ୍‌ଣ ୨ ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button