ଅପରାଧ

୮୦ କେଜି ଗଞ୍ଜେଇ ଜବତ : ୭ ଗିରଫ – bajravana

[ad_1]

ଭୁବନେଶ୍ୱର, ୨୭/୦୮: ରାୟଗଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୮୦ କେଜି ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି । ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୫୫କେଜି ଗଞ୍ଜେଇ ଜବତ କରିବା ସହ ୪ଜଣ ବେପାରୀଙ୍କୁ ମୁନିଗୁଡା ପୋଲିସ ଗିରଫ କରିଛି । ୬ଟି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ବେପାରୀ ମାନେ ଟ୍ରେନରେ ଛତିଶଗଡ଼ର ରାୟପୁରକୁ ଚାଲାଣ କରୁଥିଲେ । କଳାହାଣ୍ଡି ଆଡକୁ ମୋଟର ସାଇକେଲରେ ଗଞ୍ଜେଇ ଚୋରା ଚାଲାଣ ହେବାବେଳେ ମୋଟର ସାଇକେଲ ସହ ୨୩ କେଜି ଗଞ୍ଜେଇ ଜବତ କରିଛି ଅମ୍ବାଦଳା ପୋଲିସ । ଏହି ମାମଲାରେ ପୋଲିସ ୩ ଜଣକୁ ଗିରଫ କରାଯାଇଛି । ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button