ଟିଙ୍ଗା ଟେରୁ – bajravana
[ad_1]
ଚିରାଚରିତ ଧାରାଠାରୁ ଟିକେ ଅଲଗା ଚିନ୍ତା କରିବା, ଯାହା ଚାଲିଛି ତା’ଠାରୁ ଟିକେ ଅଲଗା ଦେଖାଯିବା, ଏମିତି ଏକ ଚିନ୍ତାଧାରାକୁ ନେଇ ଅର୍ଣ୍ଣବ ପ୍ରଡକସନ୍ସର ପ୍ରଯୋଜକ ଅଶୋକ ଦାସ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଅର୍ଣ୍ଣବ ପ୍ରଡକସନ୍ସ ସବୁବେଳେ ନୂଆ ଚିନ୍ତାଧାରାର କଥାକୁ ବିଶ୍ୱାସ କରେ। ସେଇ ମାନସିକତାରେ ସେ ଆରମ୍ଭ କରିବାକୁ ଯାଉଛନ୍ତି ଦୁଇଟି ନୂଆ ୱେବ୍ ସିରିଜ୍ ଯାହା ଟିଭିରେ ପ୍ରସାରିତ ହେଉଥିବା ମେଗାସିରିଏଲ୍ ଭଳି ୱେବ୍ ଚ୍ୟାନେଲ୍ରେ ଚାଲିବ। ପ୍ରତ୍ୟେକ ସପ୍ତାହରେ ଗୋଟିଏ କରି ଦର୍ଶକ ଦେଖିପାରିବ। ଯାହାର ପରିକଳ୍ପନା ଏବଂ ଡିଜାଇନ୍ କରିଛନ୍ତି ଓଡ଼ିଶାର କମେଡି କିଙ୍ଗ ପପୁ ପମ୍ପମ୍। ଏକ ସମ୍ପୂର୍ଣ୍ଣ ହାସ୍ୟରସ ଏବଂ ପ୍ରଥମ ଥର ପାଇଁ ଓଡ଼ିଶାରେ କଳାଧଳା କମେଡି, ସାଇଲେଣ୍ଟ କମେଡି, ଚାର୍ଲି ଚାପ୍ଲିନ୍ କିମ୍ବା ମିଷ୍ଟର ବିନଙ୍କ ଭଳିଆ, ଲରେନ୍ସ ଏବଂ ହାର୍ଡିଙ୍କ କମେଡି ଭଳିଆ ଅନ୍ତର୍ଜାତୀୟ ସ୍ତରରେ ଯେମିତି ହେଇଥିଲା, ଓଡ଼ିଶାରେ କେବେ ବି ସେମିତି ହୋଇନଥିଲା।
ଓଡ଼ିଶାର ଜଣେ ପ୍ରମୁଖ ଅଭିନେତା ରାଜୀବ ଲୋଚନ ଓଝା ଯିଏ ଅଭିନୟ ପପୁ ପମ୍ପମ୍ଙ୍କ ସହିତ ଅଭିନୟ କରନ୍ତି, ବହୁତ ପତଳା ଶରୀରର ମଣିଷ ଏବଂ ତାଙ୍କ ସାଙ୍ଗକୁ ଖାପ ଖୁଆଇଲା ଭଳିଆ ଆଉ ଜଣେ ଆଜି ତାରିଖର କଳାକାର ଗଣେଶ, ଯିଏ କି ସିନେମା ଜଗତର ଜଣେ କଳା ନିର୍ଦ୍ଦେଶକଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ୱେବ୍ ସିରିଜ୍ ଯାହାର ନାଁ ହେଉଛି ‘ଟିଙ୍ଗା ଟେରୁ’। ଦୁଇ ଜଣ ଭିନ୍ନ ଚେହେରାର କଳାକାର ଦୁହିଁଙ୍କୁ ନେଇ ପ୍ରତ୍ୟେକ ଅଧ୍ୟାୟ ରେ ନୂଆ ନୂଆ ହାସ୍ୟରସ ଭରା ଯାହା ସବୁବର୍ଗର ଲୋକଙ୍କୁ ଭଲ ଲାଗିବ। ପରବର୍ତ୍ତୀ ମାସରେ ଆଉ ଏକ ୱେବ ସିରିଜ୍ ଆରମ୍ଭ ହେବ ଯାହାର ନାଁ ରଖାଯାଇଛି ‘ଓଡ଼ିମ୍ୟାନ’l ପ୍ରଥମ ଥର ପାଇଁ ଓଡ଼ିଆରେ ଏକ ସୁପରମ୍ୟାନ ଆସୁଛି ଯେଉଁଥି ପାଇଁ ତାର ନାଁ ରଖାଯାଇଛି ଓଡି ମ୍ୟାନ l ଶକ୍ତିମ୍ୟାନ, ସୁପରମ୍ୟାନ, ଆଇରନ୍ ମ୍ୟାନ୍ ଭଳିଆ ଚିନ୍ତାଧାରା ରେ ନିର୍ମାଣ ହେଉଚି ଓଡି ମ୍ୟାନ ୱେବ ସିରିଜ୍ l ଏହା ଆଉ ଏକ ଭିନ୍ନ ଚିନ୍ତାଧାରା ର ୱେବ ସିରିଜ୍ l ତେଣୁ ଦୁଇଟି ଯାକ ନୂଆ ଚିନ୍ତାଧାରା ର କଥା ଏବଂ କମେଡି ର ଗୋଟିଏ ନୂଆ ଦିଗ ଦେଖାଇବ ଯାହା ଆମ ମାଟିର ବାସ୍ନା ରହି ନିର୍ମାଣ ହୋଇଛି l ଦୁଇଟି ଯାକ ୱେବ ସିରିଜ୍ ର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ସୂର୍ଯ୍ୟାଂଶ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ପପୁ ପମ୍ ପମ୍ ଙ୍କ ଚିନ୍ତାଧାରାକୁ ଅର୍ଣ୍ଣବ ପ୍ରଡ଼କସନ୍ସ ପ୍ରଯୋଜନା ସଂସ୍ଥା ଦ୍ୱାରା ଦୁଇଟି ନୂଆ ଟିମ୍ କୁ ନେଇ ନିର୍ମିତ ହୋଇଛି । ଓଡି ଟିଙ୍ଗା ଟେରୁ ର ଲାଇନ୍ ପ୍ରଡ୍ୟୁସର ଦାୟିତ୍ୱ ରେ ଅଛନ୍ତି ମନୋଜ କୁମାର ସ୍ୱାଇଁ। ନିର୍ଦ୍ଦେଶନା ଦେଉଛନ୍ତି ଆଶିଷ କେ. ଆର l ୱେବ ସିରିଜ୍ ଷ୍ଟ୍ରିମିଙ୍ଗ ପରେ ସବୁ ଦର୍ଶକ ଙ୍କ ମନରେ ଘର କରିସାରିଛି । ଏହାର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l
[ad_2]