ଅପରାଧ

ମାଇଁ ସହ ଭଣଜାର ଚାଲିଥିଲା ପ୍ରେମ କାହାଣୀ, ମନ ଭରିଗଲା ପରେ କଲା ହତ୍ୟା – bajravana

[ad_1]

ପାଟନା: ମାଇଁ ପ୍ରେମରେ ପଡିଲା ଭଣଜା | ଆଉ ୪ ବର୍ଷ ଧରି ଏକାଠି ରହିବା ପରେ ମାଇଁ ଯେତେବେଳେ ବିବାହ ପାଇଁ ବାଧ୍ୟ କଲା, ସେତେବେଳେ ରାସ୍ତାରୁ ହଟାଇଦେଲା | ବିହାରର ବାଙ୍କାରେ ପୁଲିସ ଆଜି ମା-ଝିଅ ହତ୍ୟାକାଣ୍ଡକୁ ନେଇ ଏକ ବଡ ଖୁଲାସା କରିଛି ଓ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି | ପୁଲିସ ଏହି ମାମଲାରେ ୨୨ ବର୍ଷୀୟ ଇରଶାଦ ଅନସାରୀ ଏବଂ ତାଙ୍କ ଜେଜେବାପା ରୋଜିନ୍ ଅନସାରୀ (୬୫) କୁ ଗିରଫ କରିଛି। ବାସ୍ତବରେ ବାଙ୍କାର ରୁବେଦା ଖାତୁନଙ୍କ ସ୍ୱାମୀଙ୍କର ୨୦୧୬ରେ ମୃତ୍ୟୁ ଘଟିଥିଲା | ଏହାପରେ ଭଣଜା ଇରଶାଦ ଅନସାରୀ ତାଙ୍କ ମାମୁଙ୍କ ମୃତ୍ୟୁ ପରେ ରୁବେଦାଙ୍କ ସହ ରହୁଥିଲେ | ପ୍ରାୟ ୪ ବର୍ଷ ଧରି ରହିବା ମଧ୍ୟରେ ଉଭୟଙ୍କ ମଧ୍ୟରେ ଏକ ଅନୈତିକ ସମ୍ପର୍କ ଜନ୍ମ ହୋଇଥିଲା | ମାଇଁ-ଭଣଜାଙ୍କ ଅନୈତିକ ସମ୍ପର୍କ ବାବଦରେ ଜଣାପଡିବା ପରେ ଇରଶାଦଙ୍କ ଜେଜେବାପା ରୋଜିନ୍ ଅନସାରୀ ରୁବେଦା ଖାତୁନଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ।

ଇରଶାଦ ଅନସାରୀ ଏବଂ ରୋଜିନ୍ ଅନସାରୀ ଅଗଷ୍ଟ ୨୧, ରାତି ପ୍ରାୟ ୯ଟା ସମୟରେ ରୁବେଦା ଖାତୁନ ଏବଂ ତାଙ୍କ ୬ବର୍ଷର ଝିଅକୁ ଚାନ୍ଦନ ଡ୍ୟାମକୁ ନେଇଥିଲେ। ରୁବେଦାଙ୍କର ମୁଣ୍ଡବିନ୍ଧା ହେଉଥିବାରୁ ତାଙ୍କୁ ଚିକିତ୍ସା ବାହାନାରେ ନିଆଯାଇଥିଲା | ଆଉ ଡ୍ୟାମ ନିକଟରେ ପ୍ରଥମେ ଦୁହେଁ ତାଙ୍କର ଗଳା କାଟି ହତ୍ୟା କରିଥିଲେ। ଏହା ପରେ ତାଙ୍କ ମୃତଦେହକୁ ବୁଦା ଭିତରକୁ ଫିଙ୍ଗି ଦିଆଯାଇଥିଲା। ଅଟୋରେ ବସିଥିବା କୁନି ଝିଅ ସାମ୍ନାରେ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ କାଳେ କୁନି ଝିଅ କାହାକୁ କହିଦେବ ତାହା ଭାବି କୁନି ଝିଅକୁ ମଧ୍ୟ ଗଳା ଚିପି ହତ୍ୟା କରିଥିଲେ | ପରଦିନ ମା-ଝିଅଙ୍କ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ କରିଥିଲା | ଏହାପରେ ପୁଲିସ ସ୍ଥାନୀୟ ଅଂଚଳରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା | ସିସିଟିଭି ଫୁଟେଜରେ ଏକ ଅଟୋ ଦେଖା ଦେଇଥିଲା। ଏହି ଆଧାରରେ ଯେତେବେଳେ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ହତ୍ୟାକାରୀଙ୍କୁ ଗିରଫ କରାଯାଇଥିଲା | ସେମାନଙ୍କୁ ପଚରାଉଚୁରା କରାଯିବା ପରେ ହତ୍ୟାକାଣ୍ଡର କାରଣ ବାବଦରେ ଜଣାପଡିଥିଲା |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button