ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବା ସମୟ ଘୋଷଣା – bajravana
[ad_1]
ନୂଆଦିଲ୍ଲୀ, ୨୦/୦୮ : ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ଡ କରିବ ଚନ୍ଦ୍ରୟାନ-୩ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ । କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ରହି ଚନ୍ଦ୍ର ପରିକ୍ରମଣ କରୁଛି । ସେପଟେ ଆଜି ଭୋର ସମୟରେ ଲାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଛି । ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର । ଏହାର ଗତି ଓ ଚନ୍ଦ୍ରପୃଷ୍ଠରୁ ଦୂରତା, ଉଭୟ କମିଛି। ଆସନ୍ତା ୨୩ ତାରିଖରେ ଲାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ । ତା ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ । ଏହା ସହିତ ଜଳର ସନ୍ଧାନ ମଧ୍ୟ କରିବ। ସେପଟେ ଗୁରୁବାର ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲାଣ୍ଡର । ଏବେ ପ୍ରପଲସନ ମଡ୍ୟୁଲ ଚନ୍ଦ୍ର ଚାରିପଟେ ମାସ ମାସ ଘୁରିବ ।
The post ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବା ସମୟ ଘୋଷଣା appeared first on Odisha Khabar.
[ad_2]