ଖେଳ ଖବର

ଭାରତ-ଆୟର୍ଲାଣ୍ଡ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ ଆଜି – bajravana

[ad_1]

ଡବଲିନ୍‌: ଆୟର୍ଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ସହିତ ଭାରତ ଶୃଙ୍ଖଳା ବିଜୟ ଉପରେ ନଜର ପକାଇଛି। ଶୁକ୍ରବାର ରାତିରେ ବର୍ଷାବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍‌କୁ ମାତ୍ର ୨ ରନ୍‌ (ଡିଏଲ୍‌)ରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି। ରବିବାର ମ୍ୟାଚ୍‌ ଜିତିଗଲେ ଭାରତ ଏହି ୩ ମ୍ୟାଚ୍‌ ଶୃଙ୍ଖଳାକୁ ଯିତିଯିବ। ୧୧ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ବୁମରା ପ୍ରଥମ ଓଭରରେ ୨ ୱିକେଟ୍‌ ନେଇ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତନ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି। ତଥାପି ୫୯ ରନ୍‌ରେ ୬ ୱିକେଟ୍‌ ହରାଇବା ସତ୍ତ୍ବେ ଆୟର୍ଲାଣ୍ଡ୍‌ ୧୩୯ ରନ୍‌ ସ୍କୋର୍‌ କରିବା ଘରୋଇ ଦଳର ଖେଳାଳିଙ୍କ ବିଶ୍ବାସକୁ ତଳମୁହାଁ କରିପାରିନାହିଁ। ବ‌ର୍ଷା ବାଧା ହୋଇନଥିଲେ ଖେଳର ଫଳାଫଳ କେଉଁ ଦଳ ସପକ୍ଷରେ ଯାଇଥାନ୍ତା ତାହା ମଧ୍ୟ ଅନିଶ୍ଚିତତା ଥିଲା।

ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ରବିବାର ମ୍ୟାଚ୍‌ରେ ପାଗର ପ୍ରତିବଂଧକ ନ ଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି। ରାବିବାର ଭାରତ କେବଳ ୬.୫ ଓଭର ବ୍ୟାଟିଂ କରିପାରିଥିଲା।
ଭାରତ ପାଇଁ କେବଳ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତନ ନୁହେଁ ପ୍ରସିଦ୍ଧ କୃଷ୍ଣଙ୍କ ଲେଉଟାଣୀ ଓ ଟ୍ବେଣ୍ଟି-୨୦ ପଦାର୍ପଣ ମଧ୍ୟ ଚମତ୍କାର ରହିଛି। ଉଭୟ ଆହତ କାରଣରୁ ଜାତୀୟ ଦାୟିତ୍ବରୁ ଢେର ଦିନ ଦୂରେଇ ରହିଥିଲେ। ବୁମରାଙ୍କ ଭଳି ପ୍ରସିଦ୍ଧ ମଧ୍ୟ ପ୍ରତ୍ୟାବର୍ତନ ମ୍ୟାଚ୍‌ରେ ୨ ୱିକେଟ୍‌ ନେଇଛନ୍ତି। ଏହା ଭାରତ ପାଇଁ ଗୋଟିଏ ଭଲ ଖବର ଏଇଥି ପାଇଁ ଯେ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍ ପୂର୍ବରୁ ଉଭୟଙ୍କ ଫିଟନେସ୍ ଅତ୍ୟନ୍ତ ଜରୁରୀ ରହିଛି। ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍‌, ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଯୁବ ଖେଳାଳିମାନେ କିଭଳି କରୁଛନ୍ତି ଏହି ଶୃଙ୍ଖଳା ମଧ୍ୟ ପ୍ରମାଣିତ କରିବ। ରବିବାର ଦ୍ବିତୀୟ ମ୍ୟାଚ୍‌ ପରେ ବୁଧବାର ତୃତୀୟ ତଥା ଶେଷ ‌ଟ୍ବେଣ୍ଟି-୨୦ ଖେଳାଯିବ।

ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଂଜୁ ସାମସନ୍‌ (ୱିକେଟରକ୍ଷକ), ଜ‌ିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ସାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆୱେସ ଖାନ୍‌।

ଆୟର୍ଲାଣ୍ଡ୍ ଦଳ: ଆଣ୍ଡ୍ରିଉ ବାଲବର୍ଣ୍ଣି (ଅଧିନାୟକ), ହାରି ଟେକ୍ଟର, ଲୋର୍କାନ୍ ଟକ୍କର, ରସ୍‌ ଆଡାୟର୍‌, ମାର୍କ ଆଡାୟର୍‌, କର୍ଟିସ କାମ୍ପର୍‌, ଗାରେଥ୍‌ ଡେଲାନି, ଜର୍ଜ ଡକ୍ରେଲ୍‌, ଫିଓନ୍‌ ହାଣ୍ଡ, ଜୋସ୍ ଲିଟଲ୍‌, ବ୍ୟାରି ମ୍ୟାକର୍ଥି, ବେନ୍‌ ‌ହ୍ବାଇଟ୍‌, କ୍ରେଗ୍‌ ୟଙ୍ଗ, ଥିଓ ଭାନ୍‌ ୱରକମ୍‌।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button