ଓଡିଶା

ବିଡାନାସୀ ଅଘଟଣ: ମୃତଦେହ ରଖି ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ

କଟକ: ପାଟି ତୁଣ୍ଡ ହୋ ହଲ୍ଲାରେ କମ୍ପୁଛି ସାରା ପରିବେଶ । କିଏ କାହା କଥା ଶୁଣିବାକୁ ନାରାଜ । ପୋଲିସ୍ ବି ଘଟଣାସ୍ଥଳରେ ଉପସ୍ଥିତ ରହି ଉତ୍ୟକ୍ତ ଲୋକକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ହେଲେ କିଏ ଏଠି କାହା କଥା ଶୁଣୁଛି । ନିଜ ନିଜ ଭିତରେ ପାଟି ତୁଣ୍ଡ ଠେଲାପେଲା ହେଉଛନ୍ତି । ଏପଟେ କିଛି ଲୋକ ଏକ ମୃତଶରୀର କାନ୍ଧେଇଛନ୍ତି । ଘଟଣା କଣ? ଏମିତି ମୃତଶରୀରକୁ ବିଚ୍ ରାସ୍ତା ଉପରେ ଧରି ଏଭଳି ପାଟି ତୁଣ୍ଡ ଏମାନେ କାହିଁକି କରୁଛନ୍ତି? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । ତେବେ ଘଟଣାଟା ଭାରି ସମ୍ବେଦନଶୀଳ ।

ଗତକାଲି ଘଟିଥିଲା କଟକ ବିଡାନାସୀରେ ଏକ ଅଘଟଣ । କଟକ ମହାନଗର ନିଗମ ଦ୍ଵାରା ନିର୍ମାଣ ହେଉଥିବା ଏକ ନାଳ ନିକଟରେ ଥିବା ଏକ ପାଚେରୀ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ ସେଠାରେ କାର୍ଯ୍ୟରତ ଥିବା ୫ ଜଣ ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ ପାଚେରୀ ତଳେ ଚାପି ହୋଇ ଯାଇଥିଲେ । ତେବେ ଏଭଳି ଘଟଣା ଦେଖି ତୁରନ୍ତ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକ ଓ କିଛି ସ୍ଥାନୀୟ ଲୋକେ ମିଶି ତୁରନ୍ତ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ହେଲେ ଦୁଃଖର କଥା ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସୀତ ହେଉଛନ୍ତି ।

ମୃତ ଶ୍ରମିକ ଜଣକ ହେଉଛନ୍ତି ପଟାପୋଲ ଅଞ୍ଚଳର ଶଙ୍କର । ଆଉ ଆହତ ହୋଇଥିବା ଶ୍ରମିକ ହେଉଛନ୍ତି ସେହି ସମାନ ଅଞ୍ଚଳର ତାଜୀୟା । ଏପଟେ ସ୍ଥାନୀୟ ଲୋକେ ଅଭିଯୋଗ ଆସିଛି କି, ଭୁଶୁଡ଼ି ଥିବା ପାଚେରୀଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା କଥା ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିଲେ । ଯେଉଁ ଅବହେଳା ପାଇଁ ଆଜି ଅକାଳରେ ଚାଲିଗଲା ଜଣେ ନିରୀହର ଜୀବନ । ଏପଟେ ମୃତ ଶଙ୍କରଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ନେଇ ପ୍ରତିବାଦ କରିଥିଲେ । ଠିକାଦାର ଶ୍ରମିକ ମାନଙ୍କୁ କୌଣସି ସେଫ୍ଟି ମେଜର ପାଇଁ କୌଣସି ଜିନିଷ ଦେଇ ନଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏଭଳିକି ଠିକାଦାର ଶିଶୁ ଶ୍ରମିକ ମାନଙ୍କୁ ମଧ୍ୟ କାମରେ ନିୟୋଜିତ କରିଥିବା ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।

ସେପଟେ ଘଟଣାକୁ ନେଇ ବକ୍ସିବଜାର ବାରପଥର ନିକଟରେ ମୃତଦେହ ରଖି ସ୍ଥାନୀୟ ବାସିନ୍ଦା ଘଟଣା ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ମୃତକଙ୍କ ଚାରୋଟି ପିଲା ଥିବାରୁ ଉକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ତେବେ ଏହି ଘଟଣାରେ ଯିଏ ଦାୟୀ ତା ବିପକ୍ଷରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ମୃତ ଶଙ୍କରଙ୍କ ପରିବାରକୁ କଣ ସହାୟତା ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button