ବଡ଼ଦାଣ୍ଡରେ ବସିଲେ ହବିଷ୍ୟାଳି, ରହିବା ପାଇଁ ସର୍ବନିମ୍ନ ବ୍ୟବସ୍ଥା କରାଯାଇନଥିବା ଆଣିଲେ ଅଭିଯୋଗ
ପୁରୀ: ବଡ଼ଦାଣ୍ଡରେ ଧାରଣା ଦେଲେ ହବିଷ୍ୟାଳି। ରହିବା ପାଇଁ ସର୍ବନିମ୍ନ ବ୍ୟବସ୍ଥା କରାଯାଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ବଡ଼ଦାଣ୍ଡରେ ଧାରଣା ଦେଲେ ହବିଷ୍ୟାଳି। ଅଭିଯୋଗ ଅନୁସାରେ ଅନଲାଇନରେ ଆବେଦନ କରିଥିଲେ ମଧ୍ୟ ଆବେଦନକୁ ପ୍ରଶାସନ ବାତିଲ କରିଦେଇଛି।
ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଅନେକ ଅଣପଞ୍ଜିକୃତ ହବିଷ୍ୟାଳି ସରକାରଙ୍କ ଦ୍ଵାରା ହୋଇଥିବା ହବିଷ୍ୟାଳି ରହଣୀ କେନ୍ଦ୍ରରେ ରହିବା ପାଇଁ ଆସିଥିଲେ।
ତେବେ ପଞ୍ଜିକୃତ ହୋଇନଥିବାରୁ ପ୍ରଶାସନ ହବିଷ୍ୟାଳି ରହଣୀ କେନ୍ଦ୍ରରେ ଅଣପଞ୍ଜିକୃତଙ୍କୁ ରଖିନାହିଁ।
ଗତକାଲି ରାତି ସାରା ହବିଷ୍ୟାଳିମାନେ ବୃନ୍ଦାବତୀ ନିବାସ ଆଗରେ ପ୍ରତିବାଦ କରିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ପ୍ରଶାସନ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଡୁଡଓ୍ବାଲା ଧର୍ମଶାଳା ଏବଂ ବଗଲା ଧର୍ମଶାଳାରେ ରଖିଥିଲା।
ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ପାନୀୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନଥିବାରୁ ଅଣପଞ୍ଜିକୃତ ହବିଷ୍ୟାଳିମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହାର ପ୍ରତିବାଦରେ ବଡ଼ଦାଣ୍ଡରେ ଧାରଣାରେ ବସି ରହିଛନ୍ତି ଅଣପଞ୍ଜିକୃତ ହବିଷ୍ୟାଳି।