ଓଡିଶା

ଏସ୍‌ସିବିରେ ରୋଗୀ ହୃତ୍‌ପିଣ୍ଡରୁ ବାହାର କରାଗଲା ଛୁଞ୍ଚି – bajravana

[ad_1]

କଟକ: ରବିବାର ଏସ୍‌ସିବି କାର୍ଡିଓଥୋରାସିସ (ସିଟିଭିଏସ୍) ବିଭାଗରେ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ଯୁବକଙ୍କ ହୃତ୍‌ପିଣ୍ଡରୁ ସାଢେ ୪ ଇଞ୍ଚର ଛୁଞ୍ଚି କଢ଼ାଯାଇଛି। ସିଟିଭିଏସ୍ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ଭୁବନେଶ୍ୱର ଭିଏସ୍‌ଏସ ନଗରର ୩୧ବର୍ଷୀୟ ନିବାସୀ ଶର୍ମା ଶୋଇଥିବା ବେଳେ ତାଙ୍କ ଛାତିରେ ଏକ ଛୁଞ୍ଚି ଫୋଡି ହୋଇଯାଇଥିଲା। ଏହା ହୃତ୍‌ପିଣ୍ଡର ବାମପାର୍ଶ୍ବ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ। ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌, ପରେ ସେ ଏମ୍ସ ହସ୍ପିଟାଲ୍‌ ଯାଇଥିଲେ। େହଲେ ସେଠାରେ ଅସ୍ତ୍ରୋପଚାର ହୋଇପାରିନଥିଲା। ଶେଷରେ ସେ କଟକ ବଡ଼ଡାକ୍ତରଖାନାକୁ ଚାଲି ଆସିଥିଲେ। ଶନିବାର ତାଙ୍କୁ ଏସ୍‌ସିବିର ସିଟିଭିଏସ୍ ବିଭାଗରେ ଭର୍ତ୍ତି କରାଯାଇଥିଲା। ରବିବାର ସିଟିଭିଏସ୍‌ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର ମାଧ୍ୟମରେ ହୃତ୍‌ପିଣ୍ଡର ବାମ ଭାଗରେ ରହିଥିବା ଛୁଞ୍ଚିଟିକୁ କାଢ଼ିଥିଲେ। ନିବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏସସିବି ପକ୍ଷରୁ କୁହାଯାଇଛି। ଅସ୍ତ୍ରୋପଚାରରେ ସିଟିଭିଏସ୍‌ ବିଭାଗର ଡାକ୍ତର ଚିତ୍ତରଞ୍ଜନ ଥାଟୋଇ, ନିଶ୍ଚେତନ ବିଭାଗର ଡାକ୍ତର ଦେବାଶିଷ ମହାପାତ୍ର ଓ ଟିମ୍‌ ସାମିଲ୍‌ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button