ଦେଶ ବିଦେଶ
ଆଜି ସାରା ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ – bajravana
[ad_1]
ଭୁବନେଶ୍ୱର, ୧୫/୦୮ : ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ସମସ୍ତଙ୍କ ମୁହଁରେ ବୀର ପୁରୁଷ ତଥା ଭାରତମାତାର ଜୟ ଜୟ ଗାନ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପରାଧୀନ ଭାରତ ଏକ ସ୍ୱାଧୀନ ଭାରତର ଆଖ୍ୟା ପାଇଥିଲା । କାରଣ ଆଜିର ଦିନରେ ହିଁ ଭାରତକୁ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ । ବ୍ରିଟିଶକୁ ଦମନ କରି ଗଢି ଉଠିଥିଲା ସ୍ୱତନ୍ତ୍ର ଭାରତ । ନିଜ ଇଚ୍ଛା ଏବଂ ନିଜ ଶୈଳୀରେ ଜୀବନ ଜିଇବା ପାଇଁ ହାସଲ କରିଥିଲେ ସ୍ୱତନ୍ତ୍ରତା । ସ୍ୱାଧୀନ ଭାରତରେ କେଉଁ ଇଂରେଜ ବାବୁର ଚାବୁକ ମାଡ଼ର ଭୟ ନା କେଉଁ ବ୍ରିଟିଶରାଜ୍ । କାରଣ ଆଜି ହେଉଛି ସେହି ଭାରତ ମାତାର ସ୍ୱାଧୀନତା ଦିବସ ।
[ad_2]