ଧର୍ମଶାଳା ରେ ବିଜେଡ଼ି ର ବିଶାଳ ଜନ ସମ୍ପର୍କ ପଦଯାତ୍ରା
ଯାଜପୁର :ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଦିବା ୧୦ ଘଟିକା ଶାନ୍ତିବଜାର ଠାରୁ ଆରମ୍ଭ କରାଯାଇ ବଡମଙ୍ଗଳପୁର, ବାଲିଗରି, ନରସିଂହପୁର, ୟେରମୁହାଁ, ଧର୍ମଶାଳା ବଜାର ଦେଇ ହାଟ ପଡିଆଠାରେ ଶେଷ ହୋଇଥିଲା ଏବଂ ସେଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏହି ପଦ ଯାତ୍ର ରେ ବିଜୁ ଜନତା ଦଳର ପଦଯାତ୍ରା କମିଟିର ମୁଖ୍ୟ ସଞ୍ଜୟଦାସ ବର୍ମାଙ୍କ ସହିତ ପ୍ରତାପ କେଶରୀ ଦେଳ, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରିତିରଞ୍ଜନ ଘଡାଇ, ବିଶ୍ୱରଞ୍ଜନ ମଲ୍ଲିକ, ଶ୍ରମିଷ୍ଠା ସେଠୀ ସମେତ ଧର୍ମଶାଳାର ବିଜେଡି ସମସ୍ତ ନେତୃତ୍ୱ ଓ କର୍ମୀ ମାନେ ଯୋଗଦେଇଥିଲେ । ବିଶେଷ କରି ସରକାରଙ୍କର ମିଛ ପ୍ରତିଶୃତି ଓ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ସହିତ ଧର୍ମଶାଳାରେ ଅରାଜକତା ଓ ଋନ୍ଦା ଆଦାୟ ଠାରୁ ନେଇ ଶାନ୍ତ ଧର୍ମଶାଳା ପରିବେଷକୁ ଅଶାନ୍ତ କରିବା ବିଷୟରେ ସମାଲୋଚନା ହୋଇଥିଲା । ବିକାଶର ପ୍ରୟୋଗ ଶାଳା ସାଜିଥିବା ଧର୍ମଶାଳା ନୂତନ ସରକାର ଆସିବାପରେ ଗୋଟାଏ ଦିଗହରା ଧର୍ମଶାଳାରେ ପରିଣତ ହୋଇଛି । ଉକ୍ତ ପଦଯାତ୍ରାରେ ଧର୍ମଶାଳାର ହଜାର ହଜାର କର୍ମୀ ସାମିଲ ହୋଇ ସରକାରଙ୍କ ବିଫଳତା ଉପରେ ନାରାବାଜି କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିଥିଲେ ପ୍ରଣବ କୁମାର ବଳବନ୍ତରାୟ, ଅନ୍ୟମାନଙ୍କ ମଧ୍ୟରେ ନରେଶ ଚନ୍ଦ୍ର ମହାନ୍ତି, ଡ. ପ୍ରିୟନାଥ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ପ୍ରଭାତ ବଳବନ୍ତରାୟ, ଅରୁଣ ରାଉତ, ଲୋକନାଥ ପଣ୍ଡା, ରେଣୁବାଳା ଶତପଥୀ, ମମତା ଖୁଣ୍ଟିଆ, କ୍ଷିତୀଶ ନାୟକ, ସୌମ୍ୟପ୍ରକାଶ ବିଶ୍ଵାଳ, ଜଗଦାନନ୍ଦ ରାଉତ, ଖୀରବିଧି ତନୟା ମଲ୍ଲିକ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ବହୁ ସରପ, ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ । ଶେଷରେ ଜଳଧର ମହାନ୍ତି ଧନ୍ୟବାଦ ଜଣାଇଥିଲେ ।