ଓଡିଶା

ମନ୍ତ୍ରୀଙ୍କ ଓଡ଼ିଆ ଲେଖାକୁ ନେଇ ଚର୍ଚ୍ଚା

ଯାଜପୁର,୧୦/୧୧:  ଆଜି ସମୟରେ ସାମାଜିକ ଗଣ ମାଧ୍ୟମ ବେଶ ଆଗକୁ ଯାଇଛି । ଟିଭି ଓ ଖବର କାଗଜ ସାମାଜିକ ଗଣ ମାଧ୍ୟମ ଆଗରେ ଏକ ପ୍ରକାର ପଛରେ ପଡି ଯାଇଛି । ସାମାଜିକ ଗଣ ମାଧ୍ୟମରେ ଖବର ହେଉ କିମ୍ବା କୌଣସି ଶୂଚନା ଖୁବ ଶ୍ରୀଘ୍ର ଲୋକଙ୍କ ନିକଟରେ ପହଞ୍ଚି ଯାଉଛି । ଯାହା ଫଳରେ ସମସ୍ତେ ଏବେ ସାମାଜିକ ଗଣ ମାଧ୍ୟମର ସାହାରା ନେଉଛନ୍ତି । ବିଶେଷ କରି ରାଜନୈତିକ ବ୍ୟକ୍ତି ବିଶେଷ ସାମାଜିକ ଗଣ ମାଧ୍ୟମକୁ ସର୍ବାଧିକ ବ୍ୟବହାର କରୁଛନ୍ତି । ବିଭିନ୍ନ ପୂଜା ପାର୍ବଣରେ ଜନ ସାଧାରଣଙ୍କୁ ସାମାଜିକ ଗଣ ମାଧ୍ୟମରେ ଶୁଭେଛା ଜଣାଉଛନ୍ତି । ଆଜି ପବିତ୍ର ଅଁଳା ନବମୀ । ଆଜିର ପବିତ୍ର ଦିନରେ ପ୍ରାୟ ସମସ୍ତେ ପ୍ରିୟ ଲୋକଙ୍କୁ ଶୁଭେଛା ଜଣାଉଛନ୍ତି । ଏହି କ୍ରମରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଶୁଭେଛା ଜଣାଇଛନ୍ତି । ହେଲେ ବିଡ଼ମ୍ବନା ଅଁଳା ନବମୀ ବଦଳରେ ତାଙ୍କ ଶୁଭେଛା ବାର୍ତ୍ତାରେ ଅଳା ନବମୀ ଲେଖା ଯାଇଛି । ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button