ପ୍ରତିଦିନ ଚା’ ସେବନ କରିବା ଦ୍ଵାରା କ’ଣ ହୋଇଥାଏ ? ଚା’ ପିଉଥିଲେ ନିହାତି ଜାଣି ରଖନ୍ତୁ…
ଆଜିକାଲିର ସମୟରେ ଚା’ ର ବହୁତ ଚାହିଦା ରହିଛି । ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଚା’ଦେଇ ମଧ୍ୟ ଲୋକମାନେ ଅତିଥି ସତ୍କାର ଅନେକ ସମୟରେ କରିଥାନ୍ତି । ଏପରିକି ଅନେକ ଲୋକଙ୍କର ଚା’ ନପିଇଲେ ସକାଳ ଆରମ୍ଭ ହୋଇନଥାଏ । ଲୋକମାନଙ୍କର ଚା’ ପିଇବାର ଏହି ଅଭ୍ଯାସ ତାଙ୍କୁ କେତେ କ୍ଷତି ପହଞ୍ଚାଇଥାଏ । ଚାଲନ୍ତୁ ଏଠାରେ ଜାଣିବା ।
1- ସକାଳୁ ଉଠୁ ଉଠୁ ଅନେକ ଲୋକଙ୍କର ଖାଲି ପେଟରେ ଚା’ ପିଇବାର ଅଭ୍ଯାସ ରହିଥାଏ । ଯେଉଁ ମାନେ ଖାଲି ପେଟରେ ଚା’ ପିଇଥାନ୍ତି ସେମାନଙ୍କର ଏସିଡିଟି ବଢିଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତିର ପେଟକୁ ଗରମ କରିବା ସହ ଭୋକ ମଧ୍ୟ ମାରିଦେଇଥାଏ ।
2- ଯେଉଁମାନେ ଦିନକୁ 4 ରୁ 5 ଥର ଚା’ ପିଇଥାନ୍ତି । ସେମାନଙ୍କ ସ୍ଵାସ୍ଥ ପକ୍ଷେ ଏହା ଜମାରୁ ମଧ୍ୟ ଭଲ ହୋଇନଥାଏ । ଏହା ଛଡା ଦିନକୁ ଅଧିକ ଚା’ ପିଉଥିବା ଲୋକଙ୍କୁ ଅନିଦ୍ରାପଣର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ଠିକ ଭାବେ ନିଦ ମଧ୍ୟ ହେବ ନାହିଁ ।
3- ଯେଉଁ ମାନେ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଚା’ ର ସେବନ କରିଥାନ୍ତି । ଚା’ ରେ ଟେନିକ ଏସିଡ ରହିଥାଏ । ଖାଇସାରିବା ପରେ ଯେଉଁ ଆଇରନ ତତ୍ଵ ଶରୀରକୁ ମିଳିବାର ଥିବ । ଚା’ ର ସଙ୍ଗେ ସଙ୍ଗେ ସେବନ ମାତ୍ରେ ସେହି ଏସିଡ ଯୋଗୁ ଶରୀରକୁ ଆଇରନର ମାତ୍ରା ମିଳିପାରିନଥାଏ । ଯାହା ଦ୍ଵାରା ଶରୀରରେ ଆଇରନର ମାତ୍ରା କମିଯିବାରୁ ଏନିମିଆ ପ୍ରୋବ୍ଲେମ ବ୍ୟକ୍ତି ଠାରେ ଦେଖିବାକୁ ମିଳିଥାଏ ।
4- ଚା’ ରେ କେଫିନ ର ମଧ୍ୟ ରହିଥାଏ । ଚା’ ରେ ଥିବା ଏହି କେଫିନ ଶରୀରରେ ରକ୍ତର ଚାପକୁ ବଢାଇଥାଏ । ଯେଉଁ ମାନଙ୍କର ବିପି ଲୋ ଥାଏ । ସେମାନଙ୍କର ହାଇ ହୋଇଯିବ । ଯେଉଁ ମାନଙ୍କର ବିପି ହାଇ ରହିଥାଏ । ସେମାନଙ୍କୁ ଭୁଲରେ ବି ଚା’ ର ସେବନ କରିବା ଉଚିତ ହୋଇନଥାଏ ।
5- ବାହାରେ ମିଳୁଥିବା ଚାହାକୁ ଲୋକମାନେ ବାରମ୍ବାର ସମାନ ଚା’ ପତିରେ ଚା’ ପ୍ରସ୍ତୁତ କରିଥାନ୍ତି । ଯାହା ଦ୍ଵାରା ଚା’ ପତି ଫୁଟି ଫୁଟି ଜହର ସଦୃଶ ହୋଇଯାଇଥାଏ । ଆଉ ସେହି ପତିରୁ ପ୍ରସ୍ତୁତ ଚା’ ର ସେବନ ଶରୀର ପକ୍ଷେ ହାନୀକାରକ ହୋଇଥାଏ । ତେଣୁ ବାହାର ଦୋକାନରୁ ଚା’ ପିଇବା ପରିବର୍ତ୍ତେ ନିଜ ଘରେ ଅଳ୍ପ ପରିମାଣରେ ଚା’ ପ୍ରସ୍ତୁତ କରି ସେବନ କରିପାରିବେ । ଘରେ ପ୍ରସ୍ତୁତ ଚା’ ରେ ବ୍ୟବହୃତ କରୁଥିବା ପତିକୁ ମଧ୍ୟ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ ।