ଅପରାଧ

ସରକାରୀ ଗାଡ଼ି ଚୋରି କରିବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା – bajravana

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏଟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କନଷ୍ଟେବଳ ସରକାରୀ ଗାଡ଼ି ଚୋରି କରିଥିବା ଖବର ମିଳିଥିଲା। ପୁଲିସ ବିଭାଗ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଗାଡ଼ି ଚୋରି କରିଥିବା କନଷ୍ଟେବଳଙ୍କୁ ସଙ୍ଗେସଙ୍ଗେ ନିଲମ୍ବନ କରି ନୋଟିସ ପଠାଇ ଦେଇଥିଲା।

ପୁଲିସ ଇନ୍ସପେକ୍ଟର କାସଗଞ୍ଜ ସୌରଭ ଦିକ୍ଷିତ ଗତ ରବିବାର କହିଛନ୍ତି କି, ମହାବର ଥାନାରେ ନିୟୋଜିତ ଥିବା କନ‌ଷ୍ଟେବଳ ପୁଲିସ ଲାଇନରୁ ସରକାରୀ ଟାଟା ସୁମୋ ଚୋରି କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବରିଷ୍ଠ ପୁଲିସ ଅଧିକାରୀ ଉକ୍ତ କନ‌‌‌ଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ସରକାରୀ ଗାଡ଼ି ଚୋରି କରିଥିବା କନ‌‌‌ଷ୍ଟେବଳ କିଛିଦିନ ହେବ ଡିୟୁଟିକୁ ଠିକ ଭାବେ ଆସୁ ନଥିଲେ । ଯଦି ବି ଡିୟୁଟିକୁ ଆସୁଥିଲେ କାହାରି ସହିତ ଏତେଟା କଥା ହେଉ ନଥିଲେ। ପୂର୍ବରୁ କିନ୍ତୁ ସେ ସେମିତି ନଥିଲେ ବୋଲି ତାଙ୍କ ସହ କାମ କରୁଥିବା ଅନ୍ୟ କନ‌ଷ୍ଟେବଳମାନେ ସୂଚନା ଦେଇଛନ୍ତି।

ଚୋରି କରିଥିବା କନ‌ଷ୍ଟେବଳ ଅନେକ ଦିନ ହେବ ଚିନ୍ତାରେ ରହୁଥିଲେ। ଡିୟୁଟିକୁ ଆସିବା ପରେ ବି କାମ ଉପରେ ତାଙ୍କର ବିଶେଷ ଧ୍ୟାନ ରହୁ ନଥିଲା। ‌ସେ ଅଧିକାଂଶ ସମୟ ଫୋନରେ ବ୍ୟସ୍ତ ରହୁଥି‌ଲେ। ସେ ଏମିତି ଏକ ଚୋରି କରିବେ ବୋଲି କେହି ଚିନ୍ତା ବି କରି ନଥିଲେ ବୋଲି ଚୋର କନ‌ଷ୍ଟେବଳଙ୍କ ସହକର୍ମୀ କହିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button