ବିବାହରେ ବିଳମ୍ବ ହେଉଛି କି : ଶ୍ରାବଣରେ କରନ୍ତୁ ଏହି ଉପାୟ – bajravana
[ad_1]
ଅନେକ ଥର ଏପରି ଦେଖାଯାଏ କିଛି ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ । ବିବାହ ସମୟରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ । କେତେକ ସମୟରେ ଜାତକରେ ସମସ୍ୟା ମଧ୍ୟ ଦେଖାଯାଏ । ତେବେ ଏଭଳି ସମସ୍ୟା ଦୂର ପାଇଁ ଶ୍ରାବଣ ମାସରେ କିଛି ସରଳ ଉପାୟ କରନ୍ତୁ। ଏହାଦ୍ୱାରା ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ।
ଶ୍ରାବଣର ପବିତ୍ର ମାସରେ ବିଧିପୂର୍ବକ ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା କରନ୍ତୁ। ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଭଗବାନ ଶିବଶଙ୍କରଙ୍କୁ ଜଳ ଅର୍ପଣ କରିବା ସହ ମଙ୍ଗଳବାର ମହାଗୌରୀଙ୍କ ବ୍ରତ ପାଳନ କରନ୍ତୁ।
ଶ୍ରାବଣର ପ୍ରତ୍ୟେକ ସୋମବାର ଶିବଲିଙ୍ଗରେ ଗାଈ କ୍ଷୀର ଅର୍ପଣ କରନ୍ତୁ । ଏହାଦ୍ୱାରା ପ୍ରଭୁ ଖୁବ ଶୀଘ୍ର ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ ।
ଶ୍ରାବଣର ପ୍ରତ୍ୟେକ ମଙ୍ଗଳବାର ମହାଗୌରୀଙ୍କ ବ୍ରତ ପାଳନ କରନ୍ତୁ। ହଳଦିଆ ବସ୍ତ୍ର ଧାରଣ କରନ୍ତୁ। ମା’ଙ୍କ ପୂଜା ଆରାଧନା କରନ୍ତୁ।
ପ୍ରତ୍ୟେକ ସୋମବାର ଓ ଗୁରୁବାରରେ ବେଲପତ୍ରରେ ‘ଓଁ ନମଃ ଶିବାୟ’ ଲେଖନ୍ତୁ ଓ ୨୧ ଦିନ ପର୍ଯ୍ୟନ୍ତ ଶିବଲିଙ୍ଗରେ ଏହାକୁ ଅର୍ପଣ କରନ୍ତୁ।
ମଙ୍ଗଳ ଦୋଷ ଥିଲେ ଏହାକୁ ଦୂର ପାଇଁ ଓ ଶୀଘ୍ର ବିବାହ ପାଇଁ ଶ୍ରାବଣ ମଙ୍ଗଳବାରରେ ମା’ଗୌରୀଙ୍କ ବ୍ରତ ପାଳନ କରନ୍ତୁ। ‘ଓଁ ଗୌରୀଶଙ୍କରାୟ ନମଃ’ ମନ୍ତ୍ର ଜପ କରନ୍ତୁ।
[ad_2]