ଓଡିଶା

ମହିଳା ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ

କେନ୍ଦୁଝରଗଡ଼: ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ପ୍ରଭାକର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ରାମଚନ୍ଦ୍ର ମଲ୍ଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଲଳିତ ରଞ୍ଜନ ସାହୁ ଏଥିରେ ଯୋଗଦେଇ ଶିକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ମହାବିଦ୍ୟାଳୟର ଏକାଡେମିକ ଅଧିକାରୀ ଡ. ଧର୍ମବୀର ମୋହନସିଂ ସମ୍ପ୍ରତି ସମାଜରେ ଶିକ୍ଷାର ବିନିଯୋଗ ଓ ଉପାଦେୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଅର୍ଥନୀତି ଅଧ୍ୟାପିକା ଡ. ବାଣିଶ୍ରୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଶିକ୍ଷା ବିଭାଗ ଅଧ୍ୟାପିକା ପ୍ରଜ୍ଞା ପରମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ବିଭାଗର ସମସ୍ତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ, ମହାବିଦ୍ୟାଳୟର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରୀ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button