ଆମ୍ବ ଟାକୁଆ ଟ୍ରାଜେଡି; ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି
ଭୁବନେଶ୍ବର: କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଗୋଟେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ଏହାର ଅବ୍ୟବସ୍ଥା ନେଇ ସମ୍ବେଦନଶୀଳ ଘଟଣା ଘଟୁଛି ।
ହେଲେ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଆହୁରି ଦୁର୍ଭାଗ୍ୟ ଜନକ ।
ଅତନୁ ଆହୁରି କହିଛନ୍ତି ଯେ, ୨୦୨୨ରେ ମୁଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିଲି, ପିୟୁଷ ଗୋୟଲ କେନ୍ଦ୍ର ମନ୍ତ୍ରୀ ଥିଲେ । ଫୁଡ୍ ଇଣ୍ଡେକ୍ସ ରାଙ୍କରେ ଓଡ଼ିଶା ଏକ ନମ୍ବର ଥିଲା । ୦.୮୩୬ ପଏଣ୍ଟ ପାଇଥିଲୁ । ଖାଦ୍ୟ ଯୋଗାଣରୁ ନେଇ ବିତରଣ ଯାଏଁ ମାର୍କ ମିଳିଥିଲା । ଏଥିପାଇଁ ପିୟୁଷ ଗୋୟଲ ମୋତେ ଓଡ଼ିଶାର ଭଲ କାମ ପାଇଁ ଦିଲ୍ଲୀ ଡାକିଥିଲେ । ଜାତିସଙ୍ଘ ବି ଭୋକର ଓଡ଼ିଶାରରୁ ଖାଦ୍ୟ ପରିପୂର୍ଣ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏହି ତଥ୍ୟ ଯୋଗାଣ ମନ୍ତ୍ରୀ ନିଅନ୍ତୁ ବୋଲି କହିଛନ୍ତି ବିଜେଡି ନେତା ।
ଠିକଣା ସମୟରେ ଚାଉଳ ପହଞ୍ଚାଇବା ହିଁ ଖାଦ୍ୟ ସୁରକ୍ଷା ଆଇନ. ହେଲେ ନ ପହଂଚିବାରୁ ଆମ୍ବ ଟାକୁଆ ଖାଇଲେ । ଶସ୍ତା ମନ୍ତବ୍ୟ ନ ଦିଅନ୍ତୁ ମନ୍ତ୍ରୀ. ପିଆଜ ଯୋଗାଣରେ ବି ଏପରି ଶସ୍ତା କଥା କହିଥିଲେ । ଓଡ଼ିଶାର ସୁନାମ ଏହି ଘଟଣା ପରେ ହଜିଛି । ବୋଧେ ଯୋଗାଣ ମନ୍ତ୍ରୀ ଗୋଵେଲସ ଥିଓରୀ ଦେଖାଉଛନ୍ତି । ସମ୍ବେଦନଶୀଳ ଘଟଣାରେ ବାସ୍ତବବାଦୀ ହୁଅନ୍ତୁ ଯୋଗାଣ ମନ୍ତ୍ରୀ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ।