କୌଣସି ପୁରୁଷ ଟେଲର ନେଇପାରିବେ ନାହିଁ ମହିଳାଙ୍କ ମାପ, ମେଲ୍ ଟ୍ରେନର ମଧ୍ୟ ଦେଇପାରିବେ ନାହିଁ ଜିମ୍ ଟ୍ରେନିଂ
ଉତ୍ତର ପ୍ରଦେଶ ରାଜ୍ୟ ମହିଳା ଆୟୋଗ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନେକ ବଡ଼ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ, ପୁରୁଷ ଦର୍ଜି ଏବେ ମହିଳାମାନଙ୍କ ମାପ ନେଇପାରିବେ ନାହିଁ । କୌଣସି ବି ପୁରୁଷ ମହିଳାମାନଙ୍କୁ ଜିମ୍ କିମ୍ବା ଯୋଗ ଟ୍ରେନିଂ ଦେଇପାରିବେ ନାହିଁ । ମହିଳାମାନଙ୍କୁ ‘ବ୍ୟାଡ୍ ଟଚ’ରୁ ବଞ୍ଚାଇବା ପାଇଁ ଆୟୋଗ ଏଭଳି ପ୍ରସ୍ତାବ ଦେଇଛନ୍ତି ।
ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ବବିତା ଚୌହାନ ଏକ ବୈଠକରେ ଏହି ପ୍ରସ୍ତାବ ରଖିଥିଲେ, ଯାହାକୁ ଉପସ୍ଥିତ ଅନ୍ୟ ସଦସ୍ୟମାନେ ସମର୍ଥନ କରିଥିଲେ । ଅକ୍ଟୋବର ୨୮ରେ ଲକ୍ଷ୍ନୌରେ ହୋଇଥିବା ବୈଠକ ପରେ ଏପରି ଅନେକ ପ୍ରସ୍ତାବ ଦିଆଯାଇଛି । ଏଥିରେ ପୁରୁଷଙ୍କୁ ମହିଳାମାନଙ୍କ ମାପ ନେବାକୁ ମନା କରାଯାଇଛି । ଦୋକାନରେ ସିସିଟିଭି କ୍ୟାମେରା ଲଗାଇବାକୁ କୁହାଯାଇଛି ।
ଯଦିଓ ବର୍ତ୍ତମାନ ଏହା କେବଳ ଏକ ପ୍ରସ୍ତାବ । ପରେ ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ଆଇନ ଆଣିବାକୁ ଅନୁରୋଧ କରିବ ଆୟୋଗ । ମହିଳା ଆୟୋଗଙ୍କ ନିୟମଗୁଡ଼ିକୁ ଅନୁପାଳନ କରାଇବା ହେଉଛି ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଦାୟିତ୍ୱ । ସ୍କୁଲ ବସରେ ମହିଳା ସୁରକ୍ଷା କର୍ମୀଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆୟୋଗ ସୁପାରିଶ କରିଛନ୍ତି ।
ଆୟୋଗ ଅଧ୍ୟକ୍ଷା ବବିତା ଚୌହାନ କହିଛନ୍ତି, ଯେଉଁ ଜିମକୁ ମହିଳାମାନେ ଯାଉଛନ୍ତି, ସେହି ଜିମରେ ମହିଳା ଟ୍ରେନର ରହିବା ଉଚିତ । ସମସ୍ତ ଜିମ୍ ଟ୍ରେନରଙ୍କର ପୋଲିସ ଭେରିଫିକେସନ କରାଯିବା ଦରକାର । କୌଣସି ପୁରୁଷ ଟ୍ରେନରଙ୍କଠାରୁ ଯଦି କେହି ମହିଳା ଟ୍ରେନିଂ ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଲିଖିତ ଆକାରରେ ଦେବାକୁ ହେବ । କାରଣ, ମହିଳା ଆୟୋଗଙ୍କ ନିକଟକୁ ଲଗାତାର ଜିମ୍ ଯାଉଥିବା ମହିଳାଙ୍କୁ ଶୋଷଣ ନେଇ ଅଭିଯୋଗ ଆସୁଛି । ବର୍ତ୍ତମାନ ଆୟୋଗ ସମସ୍ତ ଜିଲ୍ଲାକୁ ଏ ସମ୍ବନ୍ଧରେ ପ୍ରସ୍ତାବ ପଠା