ଦେଶ ବିଦେଶ

ମାତ୍ର ୧ ଲକ୍ଷ ଟଙ୍କାରେ ଘରକୁ ଆଣିପାରିବେ ଏହି କାର୍, ଜାଣନ୍ତୁ ମାସକୁ ଦେବାକୁ ପଡ଼ିବ କେତେ ଟଙ୍କା

ରେ ଘରେ କାର। ଏକଥା ଅତି ସାଧାରଣ ହୋଇଗଲାଣି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କର କାର୍ କିଣିବା ପାଇଁ ଇଚ୍ଛା ଥିଲେ ବି ସେମାନେ କାର୍ କିଣି ପାରନ୍ତି ନାହିଁ । କାହିଁକି ନା କାର୍ ତାଙ୍କ ବଜେଟକୁ ଫିଟ୍ ହୁଏନି । କିନ୍ତୁ ମାରୁତି ସୁଜୁକି ଆପଣଙ୍କ ପାଇଁ ନେଇ ଆସିଛି ଏକ ବଢ଼ିଆ କାର୍ । Maruti Suzuki Ertiga CNGକୁ ଆପଣ ମାତ୍ର ୧ ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ ଦେଇ କିଣିପାରିବେ ।

କିନ୍ତୁ ୧ ଲକ୍ଷ ଟଙ୍କା ଦେବା ପରେ ଆପଣ କେତେ EMI ଦେବେ ଆସନ୍ତୁ ଜାଣିବା ।

Maruti Suzuki Ertigaର ଦାମ୍ :

Maruti Suzuki Ertiga CNG ର ଏକ୍ସ-ସୋ’ରୁମ୍ ଦାମ୍ ହେଉଛି ୧୦.୭୮ ଲକ୍ଷ । ଯଦି ଆପଣ ଏହି କାରକୁ ଦିଲ୍ଲୀରୁ କିଣୁଛନ୍ତି ତେବେ ଆପଣଙ୍କୁ ଏହି ଗାଡିରେ ୧, ୧୨, ୬୩୦ ଟଙ୍କା ଏବଂ ୪୦,୩୮୪ ଟଙ୍କାର ଇନ୍ସୁରାନ୍ସ ଆମାଉଣ୍ଟ ଦେବାକୁ ପଡିବ । ଏହା ବ୍ୟତୀତ ୧୨ ହଜାର ୯୮୦ ଟଙ୍କା ଏକ୍ସଟ୍ରା ଚାର୍ଜ ସାମିଲ୍ କରାଯାଇଛି । ଏପରି ଭାବେ Ertigaର ଅନ୍-ରୋଡ୍ ଦାମ୍ ୧୨, ୪୩, ୯୯୪ ଟଙ୍କା ହୋଇଯିବ ।

ଯଦି ଆପଣ ୧୨.୪୩ ଲକ୍ଷ ଟଙ୍କା ଅନ୍ ରୋଡ୍ ଦାମରେ ୧ ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ୧୧,୪୩,୯୯୪ ଟଙ୍କା କାର ଲୋନ୍ ନେବାକୁ ପଡିବ । ଏହି ଉପାୟରେ ଆପଣଙ୍କୁ ବାର୍ଷିକ ୧୦ ପ୍ରତିଶତ ସୁଧ ହାରରେ ପ୍ରତିମାସ ୨୪,୩୦୬ ଟଙ୍କା ହିସାବରେ ୬୦ କିସ୍ତି ଦେବାକୁ ପଡିବ । ମୋଟ ଉପରେ ଆପଣଙ୍କୁ ୩,୧୪,୩୯୬ ଟଙ୍କା ସୁଧ ଭାବରେ ଦେବାକୁ ପଡିବ ।

ଫିଚର୍ସ :

Ertiga କାରର ଇଞ୍ଜିନ୍ ବିଷୟରେ କହିବାକୁ ଗଲେ ଏହାର ଇଞ୍ଜିନ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ ସହିତ ଆସିଥାଏ । Maruti Suzuki Ertigaର ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏହି କାରଟି ବଜାରରେ ଭଲ MPV ମଧ୍ୟରୁ ଗୋଟିଏ । ଏହି ସେଭେନ୍ ସିଟର୍ କାରରେ ୧୪୬୨ ସିସି ପେଟ୍ରୋଲ୍ ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ ୧୦୧.୬୪ bhp ର ପାୱାର୍ ସହିତ ୧୩୬.୬ Nm ର ପିକ୍ ଟର୍କ ଜେନେରେଟ୍ କରେ । ଏଥିରେ ମାନୁଆଲ୍ ଟ୍ରାନ୍ସମିସନ୍ ର ଅପ୍ସନ ରହିଛି । କମ୍ପାନୀ ଅନୁଯାୟୀ ଏହି କାର ଲିଟର ପିଛା ୨୦.୫୧ କିଲୋମିଟର ମାଇଲେଜ୍ ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button