ଓଡିଶା

ଗଞ୍ଜାମରେ ସମ୍ ହସ୍ପିଟାଲ୍‌ ଓ ‘ଭରସା’ର ମିଳିତ ସ୍ୱାସ୍ଥ୍ୟ ଶିବିର; କାର୍ଯ୍ୟକ୍ରମକୁ ଲୋକଙ୍କ ପ୍ରଶଂସା

ବ୍ରହ୍ମପୁର; ଶୀତଳାପଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୩ ଏବଂ ଅଣସରକାରୀ ସଂଗଠନ ‘ଭରସା’ର ମିଳିତ ସହଯୋଗରେ ଗଞ୍ଜାମ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀ ବିଦ୍ୟାପୀଠ ଆୟୋଜିତ ହୋଇଥିବା ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରାୟ ୪୦୦ ଲୋକଙ୍କ ସମାଗମ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ନିମନ୍ତେ ଆୟୋଜିତ ଏହି ଶିବିରରେ ନ୍ୟୁରୋଲଜି, ମେଡିସିନ୍, ଏଣ୍ଡୋକ୍ରିନୋଲଜି, ଅର୍ଥୋପେଡିକ୍ସ, ଗାୟନୋକଲଜି, ଡର୍ମାଟୋଲଜି, ପେଡିଆଟ୍ରିକ୍ସ, ସାଇକିଆଟ୍ରିକ୍, ଅପ୍ଥାଲମୋଲଜି ଓ ଡେଂଟିଷ୍ଟ୍ରି ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ । ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ସ୍ବାସ୍ଥ୍ୟ ଶିବିର ଉଦ୍ଘାଟନୀ ଉତ୍ସବରେ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ଯୋଗ ଦେଇଥିଲେ । ସେ କହିଥିଲେ, ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ହେଉଛି ଲୋକମାନଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଂଚାଇବା । ରୋଗୀମାନଙ୍କୁ ଏହି ଶିବିରରେ ଆବଶ୍ୟକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଲୋକେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।…

Related Articles

Leave a Reply

Your email address will not be published. Required fields are marked *

Back to top button